କଣ୍ଡରେଇ ସ୍ଵପ୍ନେଶ୍ଵର ଶୈବପୀଠ ରେ ମନ୍ଦିର ନିର୍ମାଣ ଓ ନଳକୂପ ପାଇଁ ଦାବି
କର୍ଲାମୁଣ୍ଡା, ୨୯/୦୮ (ସୁଶାନ୍ତ ରଣା) : କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାପଲହରା ପଂଚାୟତ କଣ୍ଡରେଇ ସ୍ଵପ୍ନେଶ୍ଵର ଶୈବ ପୀଠ ରେ ଆଜି ଗୁରୁବାର ଶ୍ରାବଣ ଶେଷ ଦିନରେ କାଉଡିଆ ଭକ୍ତ ମାନଙ୍କର ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଗୁରୁବାର ସକାଳ ଘୋର ପାହାନ୍ତିଆ ସମୟରୁ ହଜାର ହଜାର ଭକ୍ତ ଓ କାଉଡିଆ ମାନେ ସ୍ଵପ୍ନେଶ୍ଵର ଶୈବପୀଠ ରେ ପହଂଚି ଦର୍ଶନ ପୂଜାର୍ଚନା କରିବା ସହ ମଙ୍ଗଳା ଯୋର ରୁ ଲମ୍ଭା ଲାଇନ ଛିଡା ହୋଇ ବାବା ସ୍ଵପ୍ନେଶ୍ଵର ଙ୍କ ଚଳାଭିଷେକ କରିଥିଲେ। ଶ୍ରାବଣ ଶେଷ ଦିନ ହୋଇଥିବାରୁ ଶୈବପୀଠ ପରିସରରେ ଭକ୍ତି ମୟ ପରିବେଶ ଶୃଷ୍ଟି ହୋଇଥିଲା । ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ଅଂଚଳ। ଭକ୍ତ ମାନେ ଦୀର୍ଘ ସମୟ ଧରି ଲମ୍ବା ଧାଡିରେ ଭକ୍ତ ମାନେ ବାବା ଙ୍କ ଦର୍ଶନ ପାଇଁ ମନ୍ଦିର ବାହାରେ ଆର୍ଡି ରାସ୍ତା ଉପରେ ଛିଡା ହୋଇ ଥିଲେ । ଭକ୍ତ ମାନଙ୍କର ସୁବିଧା ଶୃଙ୍ଖଳିତ ଦର୍ଶନ ଓ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ଥା ମନ୍ଦିର ପରିଚାଳନା କମିଟି ପକ୍ଷରୁ କରାଯାଥିଲା । ସୂଚନା ମୁତାବକ ଏହି ସ୍ଵପ୍ନେଶ୍ଵର ଶୈବପୀଠ କଣ୍ଡରେଇ ମଙ୍ଗଳା ଯୋର ନିକଟରେ ୧୯୯୯ ମସିହା ଠାରୁ ବାବା ସ୍ଵପ୍ନେଶ୍ଵର ଙ୍କର ପୂଜା ହୋଇ ଆସୁଅଛି। ଦୀର୍ଘ ୨୭ ବର୍ଷ ଧରି ଏହି ପୀଠରେ ବାବା ପୂଜା ପାଇ ଆସୁଥିଲେ ମଧ୍ୟ ମନ୍ଦିର ଏବଂ ନଳକୂପ ଟିଏ ନାହିଁ । ଯାହା ଫଳରେ ଭକ୍ତ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ମନ୍ଦିର ନିର୍ମାଣ ଏବଂ ନଳକୂପ ଟିଏ ଖନନ ହୋଇ ନଥିବାରୁ ପୂର୍ଣ୍ଣ ଚନ୍ଦ୍ର ମାଝୀ, ଲମ୍ବୋଦର ମାଝୀ, ଚନ୍ଦୁଲାଲ ମାଝୀ, ଜନକ ମାଝୀ, ରାମେଶ୍ୱର ଜାଲ, ଜଗତରାମ ଭୋଇ, କରୁଣା ଭୋଇ, ଥବିର ପୁଟେଲ, ରମେଶ ପୁଟେଲ, ଶରତ ପୁଟେଲ, ଈଶ୍ୱର ପୁଟେଲ, ରିତେଶ ପୁଟେଲ, ଉଡେ ପୁଟେଲ, ଜିତୁ ମଲ୍ଲିକ, ଧନୁର୍ଯ୍ୟ ବେହେରା, କିଶୋର ସାହୁ, ରୂପଚନ୍ଦ୍ର ସାହୁ, ଧବଳେଶ୍ୱର ସାହୁ, କମଲ ଜାଲ , ଯୁବରାଜ ସାହୁ, ପୂର୍ଣ୍ଣଚନ୍ଦ୍ର ଗୌଡ଼ିଆ, ଦେବର୍ଚ୍ଚନ ମାଝୀ, ଭକ୍ତ ମାନେ ଏବଂ ସ୍ଵପ୍ନେଶ୍ଵର ବୋଲବମ ସଂଘ କମିଟି ତରଫରୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।