Hot Posts

6/recent/ticker-posts

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହାପାଇଁ ?

ବାଲେଶ୍ଵର, ୩୦/୦୮ ( ପ୍ରଭାକର ମଲ୍ଲିକ ) : ସରକାରୀ ଆବାସ ଯୋଜନା କାହାପାଇଁ ? ସରକାରୀ ଘର ଅପେକ୍ଷାରେ ଦିବ୍ୟାଙ୍ଗ ପରିବାର। ସରକାରୀ ଆବାସ୍ ଘରକୁ ଅପେକ୍ଷା କରି ବାପା ମା ଙ୍କ ଦେହାନ୍ତ ହୋଇଥିଲେ ମଧ୍ୟ, ଆବାସ ଯୋଜନାରୁ ଅଦ୍ୟାବଧି ବଞ୍ଚିତ ଅଛନ୍ତି ବାପା ମା ଛେଉଣ୍ଡ ପୁଅ। ତେବେ ମନରେ ପ୍ରଶ୍ନ ଉଠେ ସରକାରୀ ଆବାସ ଯୋଜନା ରେ ଘର ନେଉଛି କିଏ? ଅଯୋଗ୍ୟ ବ୍ୟକ୍ତି ଘର ହାତଉ ନାହାଁନ୍ତି ତ ? ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ବାଲିକୁଟୀ ପଞ୍ଚାୟତ ବାଲିକଟୀ ଗ୍ରାମର ସ୍ବର୍ଗତ ଅନାଦି ଦାସ ଙ୍କ ପୁଅ ରାଜେନ୍ଦ୍ର ଦାସ ।ବାପା ମା ଉଭୟେ ମୃତ୍ୟୁ ବରଣ କରିଥିବା ବେଳେ, ସରକାରୀ ଆବାସ ଗୃହ ଯୋଜନାରେ ସାମିଲ ହେବାପାଇଁ,ବୃଦ୍ଧା ମା ଅପେକ୍ଷା କରି,ଶେଷରେ ମୃତ୍ୟୁ ହୋଇଥିଲେ ମଧ୍ୟ ଘର ଖଣ୍ଡେ ପାଇ ପାରିନଥିଲେ। ତାଙ୍କର ପୁଅ ମଧ୍ୟ ପକ୍କାଘର ସ୍ବପ୍ନ ଦେଖୁଥିବା ବେଳେ,ସଦ୍ୟ ପ୍ରକାଶିତ ଆବାସ ତାଲିକାରୁ ବାଦ୍ ପଡିଛନ୍ତି। ତାଙ୍କର ଜଣେ ଦିବ୍ୟାଙ୍ଗ ଶିଶୁ ମଧ୍ୟ ରହିଛି। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବା ବେଳେ ମଧ୍ୟ ମିଳୁନାହିଁ ସରକାରୀ ଆବାସ। ନିଜର ଆର୍ଥିକ ସ୍ବଚ୍ଛଳତା ନଥିବା ବେଳେ,ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି। ତେବେ ସରକାରୀ ଘର ଅପେକ୍ଷାରେ ରହିଥିବା ରାଜେନ୍ଦ୍ର ଙ୍କ ଆବାସ ତାଲିକାରେ କିନ୍ତୁ ନାଁ ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି, ସରକାରୀ ଅଧିକାରୀ, ସରପଞ୍ଚ ତଥା ପ୍ରାଧିକୃତ କର୍ମଚାରୀ ଙ୍କ ଉପରେ।ଜଣେ ଦାଦନ ଶ୍ରମିକ ଘର ପାଇବାକୁ ଅଯୋଗ୍ୟ ହୋଇଥିବା ବେଳେ,ବାଲିକୁଟୀ ପଞ୍ଚାୟତର ବିତ୍ତଶାଳୀ, ସରକାରୀ ଚାକିରିଆ,ଏମିତିକି ଆଗରୁ ଆବାସ ଘର ପାଇଥିବା ପରିବାର ପୁଣି ଘର ପାଇବାକୁ ଯୋଗ୍ୟ ହୋଇ ତାଲିକାରେ ନାଁ ଥିବା ବେଳେ, କିନ୍ତୁ ରାଜେନ୍ଦ୍ର ଙ୍କ ନାମ ନାହିଁ। ନିଜ ର ଦିବ୍ୟାଙ୍ଗ ପିଲା ସହ ପରିବାର ଖରା ବର୍ଷା ଓ ଶୀତ କାକରରେ ଭଙ୍ଗା ଘରେ ଦିନ ବିତେଇବାକୁ ବାଧ୍ୟ ହେଉଛନ୍ତି। ତେବେ ତୁରନ୍ତ ପକ୍କା ଘର ତାଲିକାରେ ନାମ ସଂଯୋଗ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଠାରେ ନିବେଦନ କରିଛନ୍ତି l


ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l