Hot Posts

6/recent/ticker-posts

ଆବାସିକ ବିଦ୍ୟାଳୟରେ ଶିକ୍ଷକ ଉପରେ ହଷ୍ଟେଲ ବୋଝ, ଶିକ୍ଷାଦାନ ବିପର୍ଯ୍ୟସ୍ତ।

ବୋଲଗଡ, ୨୨/୦୮ (ନବଦୂତ) : ରାଜ୍ୟରେ ଆଦିବାସୀ ଜାତି ଜନଜାତି ମାନଙ୍କ ଶିକ୍ଷାର ବିକାଶ ପାଇଁ ଆଦିବାସୀ ଆବାସିକ ବିଦ୍ୟାଳୟ ଖୋଲା ଯାଇଛି। ଗରିବ ଖଟି ଖିଆ ଦିନ ମଜୁରିଆ ଆଦିବାସୀ ମାନଙ୍କ ଶିକ୍ଷାର ବିକାଶ ଓ ନିରକ୍ଷର ନ ରହିବା ପାଇଁ ପିଲାମାନଙ୍କ ପାଇଁ ହଷ୍ଟେଲରେ ରହି ମାଗଣା ପାଠ ପଢ଼ିବାର ବ୍ୟବସ୍ଥା ରହିଛି। ଏହି ଆବାସିକ ବିଦ୍ୟାଳୟରେ ମଧ୍ୟରେ ମଧ୍ୟାନ୍ନ ଭୋଜନ, ମାଗଣା ପୋଷାକ ବଣ୍ଟନ, ମାଗଣା ପୁସ୍ତକ ବଣ୍ଟନ ବ୍ୟବସ୍ଥା , ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହିତ ବୃତ୍ତି ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନେକ ଆକର୍ଷିତ ଯୋଜନା ଗୁଡିକ ରାଜ୍ୟରେ ଥିବା ସମସ୍ତ ଆଶ୍ରମ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟ କରୁଅଛି I ତେବେ ଏହି ମାଳ ମାଳ ଯୋଜନା ଗୁଡିକର ସଫଳ ରୂପାୟନ ଦିଗରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ପ୍ରତିଦିନ ବିନା ସ୍ୱତନ୍ତ୍ର କର୍ମଚାରୀ ଦ୍ୱାରା କାର୍ଯ୍ୟ କରୁଅଛନ୍ତି I ଏହି ମାଳ ମାଳ ଯୋଜନା ଗୁଡିକର କାର୍ଯ୍ୟ କରି ଚାପଗ୍ରସ୍ତ ଥିବାବେଳେ ହଷ୍ଟେଲ ଦାୟିତ୍ୱ ବୋଝ ଉପରେ ଲଳିତା ବିଡ଼ା ସାଜିଛି।ଫଳରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଶ୍ରମ ବିଦ୍ୟାଳୟ ଗୁଡିକରେ ବାଧ୍ୟ୍ୟତା ହଷ୍ଟେଲ ଦାୟିତ୍ୱ ନେବା ଫଳରେ ସରକାରୀ ଓ ବେସରକାରୀ ଚାପରେ ରହୁଅଛନ୍ତି।ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ଦାୟିତ୍ୱ ବାବଦକୁ ସରକାରୀ ପାରିଶ୍ରମିକ ବିନା କାର୍ଯ୍ୟ କରୁଥିବା ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କ ଦାୟିତ୍ୱ ନେବା ପାଇଁ ମାଟ୍ରନ ନିଯୁକ୍ତି ଯଥେଷ୍ଟ ନୁହେଁ। ପିଲାଙ୍କର ରହିବ ଖାଇବା ସ୍ୱାସ୍ଥ୍ୟ ଆଦି କାର୍ଯ୍ୟ ସମାଧାନ କରିବା ଗୋଟେ ଛୋଟିଆ କଥା ନୁହଁ। କର୍ମଚାରୀ ଅଭାବରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦାୟିତ୍ୱ ନେବା ଫଳରେ ଶିକ୍ଷା ଦାନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନ୍ୟପଟେ ଶିକ୍ଷକ ମାନଙ୍କ ପାଇଁ ଜନଗଣନା,ଆଧାର କାର୍ଡ ସଂଶୋଧନ,ଭୋଟର କାର୍ଡ ସଂଶୋଧନ, ସିଟି, ଏସ କାର୍ଯ୍ୟକ୍ରମ, ଉଲ୍ଲାସ କାର୍ଯ୍ୟକ୍ରମ, ନିର୍ବାଚନ କାର୍ଯ୍ୟକ୍ରମ ,ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ପ୍ରମୁଖ ଗୁଡିକ ଶିକ୍ଷକ ମାନଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସାଜିଛି I ଫଳରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାଦାନ ଦେବା ଚୁଳିକି ଗଲାଣି। ଆଶ୍ରମ ବିଦ୍ୟାଳୟ ଗୁଡିକରେ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତି କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ଓ ଅଭିଭାବକ ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।


ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।