Hot Posts

6/recent/ticker-posts

କିର୍ମିରା ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଲଇକେରା, ୧୫/୦୮ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମିନି ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ମାଝୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜାତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ପ୍ୟାରେଡରେ ଛାତ୍ରଛାତ୍ରୀଙ୍କର ଅଭିବାଦନ ଗ୍ରହଣ କରିଥିବା ବେଳେ ବିଡିଓ ଅଭିନାଶ ଲାକ୍ରା, ସରପଞ୍ଚ ସନ୍ତୋଷିନୀ ପଟେଲ, ଏବିଡିଓ ଖିଲେଶ୍ୱରୀ କାଲୋ, ଏବିଇଓ ହିରଣ୍ଯ ରୋହିଦାସ, ଅବସରପ୍ରାପ୍ତ ସୈନିକ ସୁରେନ୍ଦ୍ର ନାଥ ପୂଜାରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ବ୍ଲକ, ତହସିଲ, ଅଗ୍ନିଶମ, କୃଷି ବିଭାଗ, ବ୍ୟାଙ୍କ, ସମବାୟ ସମିତି, ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସମେତ ଏକଲବ୍ୟ, ଓଡିଶା ଆଦର୍ଶ, ହାଇସ୍କୁଲ, କଲେଜ, ଶିଶୁ ଵିଦ୍ୟା ମନ୍ଦିର ଓ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୮୦ ତମ ସ୍ୱାଧୀନତା ଦିବସ ପାଳନ ହୋଇଥିଲା ‌। ପ୍ୟାରେଡକୁ ଶାରିରୀକ ଖେଳ ଶିକ୍ଷକ ଅମୀୟ ଷଣ୍ଢ, ମଞ୍ଚକୁ ଶିକ୍ଷକ ସୁନୀଲ ପଟେଲ, ଅଞ୍ଜନ ପାଣ୍ଡେ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିବାବେଳେ ବିଏସଏସଓ ସୁରମା ବେସନ ଧନ୍ୟବାଦ ଦେଇଥିଲେ ।