ବିଶିଷ୍ଟ_କଣ୍ଠଶିଳ୍ପୀ_ପ୍ରଣବ_ପଟ୍ଟନାୟକଙ୍କ_ପରଲୋକ
କଟକ, ୨୧/୦୮ ( କାହୁଁ ଚରଣ ବାରିକ ) : ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା। ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ। ୮୮ ବର୍ଷ ବୟସରେ ସେ ଚିରବିଦାୟ ନେଇଛନ୍ତି। ଶତାଧିକ ମନଛୁଆଁ ଗୀତ ମାଧ୍ୟମରେ ସେ ଓଡ଼ିଆ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ଓଡ଼ିଆ କଥାଚିତ୍ର ‘ମା’ରୁ ତାଙ୍କର ଚଳଚ୍ଚିତ୍ର ଯାତ୍ରା ଆରମ୍ଭ ହୋଇଥିଲା।