Hot Posts

6/recent/ticker-posts

ରାସ୍ତା ରେ ଗାଡି ଦୁର୍ଘଟଣା ରେ ଆହତ ଙ୍କୁ ନିଜ ଗାଡି ରେ ହସ୍ପିଟାଲ ନେଇ ଚିକିତ୍ସା କରାଇ ମାନବିକତା ଦେଖାଇଲେ ମାଲକାନଗିରି ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ।

ମାଲକାନଗିରି ୧୯/୦୮ (ଶରତ ଚନ୍ଦ୍ର ଖରା) : ମାଲକାନଗିରି ଜିଲ୍ଲା ସଦର ମହକୁମା ମଶାଣି ନିକଟରେ ଏକ ବାଇକ ଦୁର୍ଘଟଣା ହୋଇଥିଲା । ବାଇକ ରେ ମାଥିଲି ନିକଟସ୍ଥ ପାଙ୍ଗାମ ଗ୍ରାମ ନିବାସୀ ଗଣେଶ ନାୟକ ମାଲକାନଗିରି ରୁ ବାଲିମେଳା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ରେ ଦୁର୍ଘଟଣା ଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିଲେ । ଆହତ ହୋଇ ରାସ୍ତା କଡରେ ସେମିତି ଛଟପଟ ହେଉଥିବା ସମୟରେ ସେଇ ରାସ୍ତା ଦେଇ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଯାଉଥିବା ସମୟରେ ଗୁରୁତର ଆହତ ଗଣେଶ ଙ୍କୁ ନିଜ ଗାଡି ରେ ଉଦ୍ଧାର କରି  ।  ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ନିଜେ ଉପସ୍ଥିତି ରହି ଚିକିତ୍ସା କରାଇଥିଲେ । ବର୍ତ୍ତମାନ ଆହତ ଗଣେଶ ଗୁରୁତର ରହିଥିବା ବେଳେ ଆବଶ୍ୟକ ସ୍ଥଳେ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଜିଲ୍ଲାରେ ଏହି ଘଟଣା କୁ ନେଇ ଜିଲ୍ଲାବାସି କହୁଛନ୍ତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ହେବ ତ ଏମିତି । ତାଙ୍କ ମାନବିକତା କୁ ଜ଼ିଲ୍ଲାବାସୀ ପ୍ରଶଂସା କରିଛନ୍ତି।