ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲଇକେରାରେ ଭାରତୀୟ ମହାକାଶ ସପ୍ତାହ-୨୦୨୬ ପାଳିତ
ଲଇକେରା, ୧୯/୦୮ (ନବଦୂତ) : ଝାରସୁଗୁଡା ଜିଲ୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ଲଇକେରା ଠାରେ ଭାରତୀୟ ମହାକାଶ ସପ୍ତାହ-୨୦୨୬ ପାଳିତ ହୋଇଯାଇଛି । ଚଳିତ ବର୍ଷର ମୁଖ୍ଯ ବିଷୟ ବସ୍ତୁ ମହାକାଶ ଶିକ୍ଷା ଓ ଗବେଷଣା ରହିଥିଲା । ଏହି କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନର ଅଧ୍ୟାପକ ସୁଦୀପ କୁମାର ପୂରୋହିତ ମୂଖ୍ୟବକ୍ତା ଭାବେ ଯୋଗଦେଇ ମହାକାଶ ବିଜ୍ଞାନର ଗୁରୁତ୍ୱ, ଭାରତର ମହାକାଶ ଗବେଷଣାର ଅଗ୍ରଗତି ଏବଂ ଏ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ବିଭିନ୍ନ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ ।ଅଧ୍ୟାପକ ରାସେଶ୍ୱର ସାହୁ ଓ ଅଧ୍ୟାପିକା ଭବାନୀ ବାଗ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ପ୍ରଥମ ଓ ଦ୍ୱିତୀୟ ବର୍ଷ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଏହି କାର୍ଯ୍ଯକ୍ରମରେ ସକ୍ରିୟ ଭାବେ ଯୋଗଦେଇ ମହାକାଶ ବିଜ୍ଞାନ, ଉପଗ୍ରହ, ରକେଟ୍ ଓ ଭାରତର ମହାକାଶ ଅଭିଯାନ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । କାର୍ଯ୍ୟକ୍ରମକୁ ଅର୍ଥନୀତି ଅଧ୍ୟାପକ ରୁଦ୍ରାକ୍ଷ ପ୍ରଧାନ ପରିଚାଳନା କରିଥିବା ବେଳେ ଇଂରାଜୀ ଅଧ୍ୟାପିକା ଚନ୍ଦ୍ରିକା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।