Hot Posts

6/recent/ticker-posts

ବେଆଇନ ପାର୍କିଂ ବିରୋଧରେ ପୋଲିସର ପଦକ୍ଷେପ, ହେଲେ ପ୍ରଥମେ ଦରକାର ପାର୍କିଂ ବ୍ୟବସ୍ଥା

କଟକ, ୨୫/୦୮ ( କାହୁଁ ଚରଣ ବାରିକ ) : କଟକରେ ବେଆଇନ ପାର୍କିଂ ଯୋଗୁଁ ଟ୍ରାଫିକ୍ ସମସ୍ୟା ଓ ସାଧାରଣ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଚାଉଳିଆଗଞ୍ଜ ପୋଲିସ ଷ୍ଟେସନ ଓ ଟାଉନ ଟ୍ରାଫିକ ପୋଲିସର ମିଳିତ ସମନ୍ୱୟରେ ମହାନଦୀ ବିହାର ଅଣ୍ଡରପାସରୁ ମଙ୍ଗଳା ଛକ ପର୍ଯ୍ୟନ୍ତ ବେଆଇନ ପାର୍କିଂ ବିରୋଧରେ ଅଭିଯାନ ଚାଲିଛି। ଏହା ଫଳରେ ଟ୍ରାଫିକ୍ ପ୍ରବାହ ସୁଗମ ହେବା ସହ ରାସ୍ତାରେ ଯାତାୟାତ ଅଧିକ ସୁରକ୍ଷିତ ହେବା ଆଶା କରାଯାଉଛି। ତେବେ ସାଧାରଣ ଲୋକଙ୍କ କହିବା କଥା ହେଉଛି—ବେଆଇନ ପାର୍କିଂ ବିରୋଧରେ ପଦକ୍ଷେପ ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ, କିନ୍ତୁ ପ୍ରଥମେ ଲୋକଙ୍କ ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା କରାଯାଉ। ଯେଉଁଠାରେ ପାର୍କିଂର ବିକଳ୍ପ ନାହିଁ, ସେଠାରେ କେବଳ ଗାଡ଼ି ହଟାଇବା କିମ୍ବା ଜରିମାନା କରିବା ଦ୍ୱାରା ସମସ୍ୟାର ସ୍ଥାୟୀ ସମାଧାନ ହେବ ନାହିଁ। ପ୍ରଥମେ ପାର୍କିଂ ବ୍ୟବସ୍ଥା, ତା’ପରେ କଡ଼ା କାର୍ଯ୍ୟାନୁଷ୍ଠାନ — ଲୋକଙ୍କ ସୁବିଧା ଓ ସହରର ସୁଗମ ଯାତାୟାତ ପାଇଁ ଏହା ହିଁ ହେଉ ସଠିକ୍ ସମାଧାନ।