Hot Posts

6/recent/ticker-posts

କିର୍ମିରାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଲଇକେରା, ୧୭/୦୮ ( ନବଦୂତ ) : ଝାରସୁଗୂଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜି.ଆର.ରାଘବେନ୍ଦ୍ର, ଜିଲ୍ଲା ପରିଷଦ ଉନ୍ନୟନ ତଥା ମୂଖ୍ୟ ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଶକ୍ତି ପ୍ରସାଦ ପାଢୀ, କିର୍ମିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ଲାକ୍ରା,  ସ୍ଥାନୀୟ ତହସିଦାର, ସହକାରୀ ଜିଲ୍ଲାପାଳ (ଅଭିଯୋଗ) ମୃତ୍ୟୁଞ୍ଜୟ ଶବରଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣି ସମାଧାନ କରିଥିଲେ । ଏହି ଶିବିରରେ ସର୍ବମୋଟ ୨୯ଟି ଅଭିଯୋଗ ପତ୍ର ପଞ୍ଜିକରଣ ହୋଇଥିବାବେଳେ ସେଥିମଧ୍ୟରୁ ୨୩ଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୬ଟି ସାମୂହିକ ସମସ୍ୟା ସମାଧାନ ପାଇଁ ଦରଖାସ୍ତ ରହିଥିଲା ।ଦାଖଲ ହୋଇଥିବା ଅଭିଯୋଗଗୁଡିକ ମଧ୍ୟରେ ମୂଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗୃହ ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ନାମ ଅନ୍ତର୍ଭୁକ୍ତୀ କରଣ, ଜମିଜମା ବିବାଦ, ରାସ୍ତାଘାଟ ନିର୍ମାଣ ଓ ମରାମତି, ସରକାରୀ ଜମି ଜବରଦଖଲ ଉଚ୍ଛେଦ, ଜମି ସୀମା ନିର୍ଦ୍ଧାରଣ, ହିତାଧିକାରୀଙ୍କୁ ମାସିକ ୩୫ କେଜି ରାସନ ଚାଉଳ ଯୋଗାଣ ଏବଂ ବର୍ଷାଜନିତ ଘର କ୍ଷତିଗ୍ରସ୍ତ ସହାୟତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଥିଲା ।ଜିଲ୍ଲାପାଳ ଶ୍ରୀ ଚହ୍ୱାଣ ସମସ୍ତ ଅଭିଯୋଗର ତଦନ୍ତ କରି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।



ରିପୋର୍ଟ:ଅନିଲ କୁମାର ସରାଫ