Hot Posts

6/recent/ticker-posts

ବନ୍ୟା ପରେ ଶୋଚନୀୟ ବରୁଆଁ-ବରୀ ରାସ୍ତା: ପୂର୍ତ୍ତ ବିଭାଗ ନଜର ନାହିଁ, ବଢୁଛି ଦୁର୍ଘଟଣା

ବରୀ, ୩୦/୦୮ ( ରଂଜିତ ମହାନ୍ତି ) : ଗତ ବନ୍ୟାରେ ବରୁଆଁ-ବରୀ ରାସ୍ତାର ସହାସପୁର ଠାରୁ କାଇପଡା ପର୍ଯ୍ୟନ୍ତ ରାସ୍ତାରେ ବନ୍ୟା ସ୍ରୋତ ପଡି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠିଯିବା ସହିତ ଖାଲ ଖମାରେ ପୂର୍ଣ୍ଣ ହୋଇଛି । ବନ୍ୟା ପାଣି କମିବା ପରେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି କରାଯାଇନାହିଁ । ବନ୍ୟା ପରେ ଶଙ୍ଖାରିଗଡା ପୋଲ ନିକଟରେ ସୃଷ୍ଟି ହୋଇଥିବା ବିଶାଳ ଗର୍ତ୍ତ ଏବେ ଦୁର୍ଘଟଣାର କାରଣ ହୋଇଛି । କିଛି ଦିନ ମଧ୍ୟରେ ଏହି ଖାଲରେ ପଡି ବହୁ ଗାଡିଚାଳକ ଗୁରୁତର ଆହତ ହୋଇଛନ୍ତି । ତୁରନ୍ତ ଏହି ରାସ୍ତାକୁ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।