Hot Posts

6/recent/ticker-posts

ସିନାପାଲିରେ ମହମହ ବାସିଲା ପାରମ୍ପରିକ ଖାଦ୍ୟ - ସାମୁହିକ ନୁଆଁଖାଇ ଭେଟଘାଟ ପରିବାରର ବିଭିନ୍ନ ପ୍ରତିଯୋଗିତା

ସିନାପାଲି, ୩୧/୦୮ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲିର ସାମୁହିକ ନୂଆଁଖାଇ ଭେଟଘାଟ ପରିବାର ତରଫରୁ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ସହ ମହିଳାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ନୂଆଁଖାଇକୁ ଅଧିକ ଭବ୍ଯ ଓ ଆଡ଼ମ୍ବରପୂର୍ଣ୍ଣ କରିବାକୁ ଗଣପର୍ବ ନୂଆଁଖାଇ ପୂର୍ବରୁ ଭେଟଘାଟ ପରିବାର ତରଫରୁ ବିଭିନ୍ନ କାର୍ଯ୍ଯକ୍ରମ ଆୟୋଜନ କରାଯାଉଛି ା ଏହି କ୍ରମରେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଆୟୋଜିତ ପ୍ରତିଯୋଗିତା ପୂର୍ବ ସଭାରେ ବବିତା ମେହେର ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ଆଇଆଇସି ହେମକାନ୍ତି ଛତ୍ରିଆ ଓ ସମ୍ମାନିତ ଅତିଥି ଭାବରେ ସରପଞ୍ଚ ସୁନିତା ମେହେର, ଡ. ଅରିଗଞ୍ଜନ ଯୋଷୀ, ଭୀଷ୍ମରାଜ ମାଝୀ, ଲଳିତ କୁମାର ସୁନାରୀ, ଶର୍ମିଲା ଶତପଥୀ, ଅସ୍ମିତା ପାଢ଼ୀ ଯୋଗଦେଇଥିଲେ l ପ୍ରତିଯୋଗୀଙ୍କ ଦ୍ୱାରା ପରିବେଷିତ ପାରମ୍ପରିକ ଖାଦ୍ୟ ପସରା ମୁଖ୍ୟ ଆକର୍ଷଣ ଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଣୁଧର ମେହେର ଅତିଥି ପରିଚୟ ଦେଇଥିବା ବେଳେ କମିଟିର ସଭାପତି ତ୍ରିନାଥ ମେହେର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଦୁର୍ଦ୍ଧାନ୍ତ ମେହେର ପ୍ରତିଯୋଗିତାର ନିୟମାବଳୀ ଉପସ୍ଥାପନ କରିଥିବା ବେଳେ ବିଶ୍ୱାସ ଯୋଷୀ ଧନ୍ଯବାଦ ଦେଇଥିଲେ ା ଏ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତା ହୁଲହୁଲିରେ ନବକିଶୋରୀ ସା, ହାରାବତୀ ମେହେର, ନମିତା ମେହେର ରଙ୍ଗ ଡ଼ିଆଁରେ କ୍ଷୀରେନ୍ଦ୍ରୀ ମେହେର, ନମିତା ମେହେର, ପ୍ରତିଭା ମେହେର ମାଠିଆ ଫଟାରେ ଦୀପାଞ୍ଜଳି ମେହେର, ଡୋଳେଶ୍ୱରୀ ମେହେର, ଉର୍ବସୀ ମେହେର ଓ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀରେ ପଦ୍ମାବତୀ ମେହେର, ସଂଯୁକ୍ତା ମେହେର, କ୍ଷୀରାଦ୍ରୀ ମେହେର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ପ୍ରତିଯୋଗିତା ଗୁଡିକର ବିଚାରକ ଭାବରେ ସତ୍ୟରୂପା ଯୋଶୀ,ପ୍ରଭାତ ନଳିନୀ ବେହେରା, ଦିପ୍ତିମୟି ଯୋଶୀ, ସୁନୀଲ ମେହେର, ଦୁର୍ଦ୍ଦାନ୍ତ ମେହେର, ବବିତା ମେହେର, ସୁନନ୍ଦା ମେହେର, ହରେଶ ମେହେର, ଦୀପକ ମେହେର, ଧନଞ୍ଜୟ ମେହେର ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ଶତାଧିକ ମାଆ ଭଉଣୀ ଓ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ l