Hot Posts

6/recent/ticker-posts

ଶଙ୍କରାଖୋଲ ସେଣ୍ଟ ଜୋସେଫ୍ସ ଇଂଲିଶ୍ ମିଡିୟମ୍ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି

ଶଙ୍କରାଖୋଲ, ୧୫/୦୮ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ରେ ଥିବା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସେଣ୍ଟ ଜୋସେଫ୍ସ ଇଂଲିଶ୍ ମିଡିୟମ୍ ସ୍କୁଲ ପରିସର ରେ ଦେଶର ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁନାଲୀ ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଦେଶର ଉନ୍ନତି ତଥା ନିଷ୍ଠାପର ନାଗରିକ ହେବା ଦିଗରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ କାତଳିକ ଚର୍ଚ୍ଚ ର ଫାଦର ସୁଶାନ୍ତ କହଁର ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସିଷ୍ଟର ଆଲିସ୍ ଜୋନ୍ ଏବଂ ଉପ-ପ୍ରଧାନ ଶିକ୍ଷୟିତ୍ରୀ ସିଷ୍ଟର ଜୋଏସିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଟି ସୂଚାରୁରୂପେ ପରିଚାଳିତ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ ସହ ଆକର୍ଷଣୀୟ ପ୍ୟାରେଡ୍ ଓ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦେବାଶିଷ ଦିଗାଲ, ଦିନେଶ କୁମାର ସାହୁ, କାନ୍ହୁ ପୃଷ୍ଟି, ବିଷ୍ଣୁ ପ୍ରସାଦ ବେହେରା, ମନିକା ଦିଗାଲ, ରାଜେଶ ରତନ ଦାସ, ଶ୍ରଦ୍ଧାଞ୍ଜଳି ସାମଲ, ପ୍ରିୟଦର୍ଶିନୀ ରଣା, ଡି. ସୁହାସିନୀ ଲକ୍ଷ୍ମଣ, ଏମ୍. ବିକୁନ ପ୍ରଧାନ, ଦୀପକ ପ୍ରଧାନ, ଶସ୍ମିତା କୁମାରୀ ପାଲୋ ଏବଂ ସାନିଆ ଦିଗାଲ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇ ସଭା ସାଙ୍ଗ କରାଯାଇଛି ।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ