Hot Posts

6/recent/ticker-posts

୨୨କେଜି ଗଞ୍ଜେଇ ଜବତ: ଜଣେ ଗିରଫ

ଭଞ୍ଜନଗର, ୧୩/୦୮ ( ଜେ. କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସ ଚୋରା ଗଞ୍ଜେଇ ଚାଲାଣ ବେଳେ ଜଣେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି। ୧୫୭ ନମ୍ବର ଜାତୀୟ ରାଜପଥ ବେଡିଗୁବା ବିଶ୍ରାମା ଗାର ନିକଟରୁ ଗଞ୍ଜେଇ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ ବୁଧବାର ସନ୍ଧ୍ୟା ସମୟରେ ଭଞ୍ଜନଗର ଥାନା ଏସଆଇ ଲଷ୍ମୀଧର ମହାନ୍ତି ଓ ଅନ୍ୟ ପୋଲିସ କର୍ମଚାରୀ ସେହି ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବେଡିଗୁବା ଛକରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଦୁଇଟି ବ୍ୟାଗ୍ ଧରି ଛିଡ଼ା ହୋଇଥୂବା ଦେଖି ପୁଲିସ ସନ୍ଦେହ କରିଥିଲା। ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ଯାଞ୍ଚ କରିବାରୁ ସେହି ବ୍ୟାଗରୁ ଗଞ୍ଜେଇ ବାହାରିଥିଲା।ପଚରାଉଚରା ପରେ ଅଭିଯୁକ୍ତ ବ୍ୟବସାୟ ଉଦ୍ଦେଶ୍ୟରେ ଗଞ୍ଜେଇ ଚାଲାଣ କରୁଥିବା ସ୍ବୀକାର କରିଥିଲେ।ଅଭିଯୁକ୍ତିଜଣକ ହେଲେ କେନ୍ଦୁଝର ଜିଲ୍ଲା ସାଧା ହାଟଡିହି ଗ୍ରାମର ବୋଲି ଜଣାପଡିଛି।ତା ନିକଟରୁ ୨୨.୪୪୦ କିଲୋଗ୍ରାମ ଗଞ୍ଜେଇ, ନଗଦ ୧୫୦୦ ଟଙ୍କା ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ ହୋଇଥିବା ଭଞ୍ଜନଗର ଥାନା ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।ଏସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ୍ ନଂ ୭୯୫/୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।