Hot Posts

6/recent/ticker-posts

ବଲସକୁମ୍ପା ବିଜେପି ମଣ୍ଡଳ ପକ୍ଷରୁ ହର ଘର ତ୍ରିରଙ୍ଗା

ଖଜୁରୀପଡ଼ା, ୧୩/୦୮ (ଅଚ୍ୟୁତ ଜାନୀଙ୍କ ରିପୋର୍ଟ) : ଭାରତର ଜାତୀୟ ପତାକା ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ଏହା ଆମ ଦେଶର ଗୌରବ, ସ୍ୱାଧୀନତା, ଏକତା ଓ ବଳିଦାନର ପ୍ରତୀକ। ଦେଶବାସୀଙ୍କ ମନରେ ଜାତୀୟତାବୋଧ ଓ ଦେଶପ୍ରେମକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଏକ ଗର୍ବର ପଦକ୍ଷେପ। ଏହି ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇ ଦେଶର ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କୁ ସ୍ମରଣ କରାଯାଏ। ତ୍ରିରଙ୍ଗା ଆମକୁ ଦେଶର ଅଖଣ୍ଡତା, ଭାଇଚାରା ଓ ଦାୟିତ୍ୱବୋଧର ସନ୍ଦେଶ ଦେଇଥାଏ। ସ୍ୱାଧୀନତା ଦିବସ ଅବସରରେ ଘର, ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ପ୍ରତିଷ୍ଠାନରେ ତ୍ରିରଙ୍ଗା ଉଡ଼ାଇବା ସହ ଦେଶପ୍ରେମର ବାର୍ତ୍ତା ପ୍ରଚାର କରାଯାଏ। ଏହା ଯୁବପିଢ଼ିଙ୍କ ମନରେ ଦେଶ ପ୍ରତି ସମ୍ମାନ ଓ ଦାୟିତ୍ୱବୋଧ ସୃଷ୍ଟି କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହି ପରି ପ୍ରେଖୀରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଅନ୍ତର୍ଗତ ବଲସକୁମ୍ପା ବିଜେପି ମଣ୍ଡଳ ପକ୍ଷରୁ ଆଜି ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ଶ୍ରୀନିବାସ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଅଧିଷ୍ଠାତ୍ରୀ ଦେବୀ ମା ବରାଳ ଦେବୀ ପୀଠ ବଲସକୁମ୍ପା ଠାରୁ ତିଳକ ପଡ଼ା ପର୍ଯ୍ୟନ୍ତ କରାଯାଇଥିଲା । ଏଥିରେ ମଣ୍ଡଳ ସଭାପତି ଶ୍ରୀ ନିବାସ ପ୍ରଧାନ ଉପସଭାପତି ଭଗବାନ ଗୁରୁ, ସମ୍ପାଦକ ରାଜେନ୍ଦ୍ର ବେହେରା, ଦେବାଶିଷ ସାହାଣୀ, ଯୁବମୋର୍ଚ୍ଚା ସଭାପତି ଦିଲ୍ଲୀପ ପୃଷ୍ଟି, ଏସ୍ ଟି ମୋର୍ଚ୍ଚା ସଭାପତି ବିଚିତ୍ରବୀର୍ଯ୍ୟ ପ୍ରଧାନ, ନାରୀ ନେତ୍ରୀ ନବାତୀ ଜାନି, ଜିଲ୍ଲା ଏସ୍ ଟି ମୋର୍ଚ୍ଚା ସମ୍ପାଦକ ସୁବାସ ଜାନି କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।