କଳାହାଣ୍ଡି, ୧୭/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଅଗଷ୍ଟ ୧୫ (ସ୍ୱାଧୀନତା ଦିବସ) ଅବସରରେ ଦିଲ୍ଲୀସ୍ଥ କଂଗ୍ରେସ ଭବନରେ ଜାତୀୟ ସଙ୍ଗୀତ 'ବନ୍ଦେ ମାତରଂ'ର ସମ୍ପୂର୍ଣ୍ଣ ଗାନ ସମୟରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ସଙ୍ଗୀତ କୁ ଅସମ୍ମାନ କରି ଅଧା ରୁ ବନ୍ଦ କରିବା ପାଇଁ ଯୋଉ ଭଳି ଭାବରେ ଇଙ୍ଗିତ ଦେଶ ବିରୋଧୀ ଓ ସମ୍ବିଧାନ କୁ ଅପମାନ କରିଛନ୍ତି, କଂଗ୍ରେସ ଦଳର ଏ ପରି ହିନ ମାନସିକତା କୁ ଭାରତୀୟ ଜନତା ପାର୍ଟି ତୀବ୍ର ଭର୍ତ୍ସନା କରିବା ସହ ନିନ୍ଦା କରିଛି,କଂଗ୍ରେସ ମୁଖିଆ ଙ୍କ ବିତୃଷ୍ନା ମନୋଭାବ ଓ ଅସହିଂଶୁତା ବିରୋଧ ରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନଶ ନନ୍ଦ ଙ୍କ ନେତୃତ୍ୱ ରେ ଜିଲ୍ଲା କାର୍ଯ୍ୟାଳୟ ରୁ ଏକ ବିକ୍ଷୋଭ ଶୋଭାଯାତ୍ରା ରେ ସହସ୍ରଧିକ ଯୁବକ ସାମିଲ ହୋଇ ସ୍ଥାନୀୟ ଗାନ୍ଧିଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ,ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼,ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା ,ଜିଲ୍ଲା ସାଧାରଣ ସମ୍ପାଦକ ଲୋକ ନାଥ ଦୁର୍ଗା,ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶି, ବିଜୟ ଦେବ ସାହୁ, ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ଦିବ୍ୟ ଜ୍ୟୋତି ମୁଣ୍ଡ ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର ,ବିନିତା ଦାସ ,ରାକେଶ ଶର୍ମା , ହରପ୍ରିତ୍ ସିଂ, ଜିଲ୍ଲା ମିଡିଆ ସଂଯୋଜକ ନରହରୀ ପଟ୍ଟନାୟକ ଙ୍କ ସମତେ ଅନେକ କର୍ଯ୍ୟ କର୍ତ୍ତା ଓ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
