ଭାଗ୍ୟରଖେଳ ୫ଦିନ ତଳେ ବନ୍ୟାପାଣିରେ ନିଖୋଜ ଯୁବକ ଜୀବିତ ଉଦ୍ଧାର।
ଧାମନଗର, ୧୮/୦୮ ( ନବଦୂତ ) : ସୂଚନା ଅନୁଯାଇ-ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ ବହୁ ଅଂଚଳରେ ବନ୍ୟା ରେ ତାଣ୍ଡବ ଦୃଶ୍ୟମାନ ନଜର ଆସିଛି। ତନ୍ମଧ୍ୟରୁ ଏକ କରୁଣ କାହାଣୀ -ଧାମନଗର ବ୍ଲକ ଅନ୍ତର୍ଗତ ଗ୍ରାମାଞ୍ଚଳ ବାଲିପାଟଣା ଗ୍ରାମ ଅଧିବାସୀ ବାହୁକା ନାମକ ଏକ ଯୁବକ ଆଜକୁ ୫ ଦିନତଳେ ବନ୍ୟା ପାଣିରେ କେଉଁଆଡେ ଭାସି ଯାଇ ନିଖୋଜ ଥିବା ଘଟଣା ସଭିଙ୍କୁ ଜଣାଥିଲା। ଆଜି ଓଡ୍ରାଫ ଟିମ ବହୁଆଡ଼େ ଖୋଜାଖୋଜି କରିବା ପରେ ତାଙ୍କ ନଜର ଏକ ଅଧିକ ସମ୍ପୂର୍ଣ ବୁଡିଯାଇଥିବା ତାଳ ଗଛ ବାହୁଙ୍ଗା ସନ୍ଦିରେ କଣ ଗୋଟେ ଦିସୁଛି ବୋଲି ତୁରନ୍ତ ପାଖକୁ ଦେଖି ଅବାକ ହୋଇ ଯିବା ସହ ଜୀବିତ ଅବସ୍ତାରେ ଯୁବକ କୁ ଉଦ୍ଧାର କରି, ତାକୁ ଉପସମ କରିବା ସହ ନିକଟ ବାଲିପାଟଣା ଡାକ୍ତର ଖାନାକୁ ପଠାଇ ଦେଲେ।ଜୀବିତ ଅବସ୍ତାରେ ବାହୁକା କୁ ଦେଖି ଗ୍ରାଁମ ଲୋକେ ତା ଭାଗ୍ୟ କୁ ଧନ୍ୟବାଦ ଦେବାସହ ଓଡ୍ରାଫ ଟିମ କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ବୋଲି ସୂଚନା ମିଳିଛି।
ନବଦୂତ,ମାନସ କୁମାର ସାହୁ, ଭଦ୍ରକ