Hot Posts

6/recent/ticker-posts

ଭତ୍ତା ଖାଇଦେଲେ ବିଭାଗୀୟ ଅଧିକାରୀ! ହିତାଧିକାରୀଙ୍କ ଅଭିଯୋଗ

କଳାହାଣ୍ଡି, ୨୭/୦୮ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ବରାଡ଼ଙ୍ଗା ଓ ତେତେଲପଦର ଅଞ୍ଚଳରୁ ଆସିଛି ଭତ୍ତା ଟଙ୍କାକୁ ନେଇ ସଙ୍ଗୀନ ଅଭିଯୋଗ। ଭତ୍ତା ଲିଷ୍ଟରେ ନାଁ ଥିବା ସତ୍ତ୍ୱେ ହିତାଧିକାରୀଙ୍କୁ ମିଳୁନି ଟଙ୍କା। ଏପରିକି ଜଣେ ଦିବ୍ୟାଙ୍ଗ ହିତାଧିକାରୀ ଚାରି ମାସର ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ବରାଡ଼ଙ୍ଗା ତେତେଲପଦରର ଦଶମତ ନାଗ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ନାଁ ଚାରି ମାସର ଭତ୍ତା ତାଲିକାରେ ରହିଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଭତ୍ତା ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି। ସେହିପରି କୋକସରା ବ୍ଲକ ଝୁଲେନବର ଗାଁର ତାରା ଜାନିଙ୍କ ଭତ୍ତା ଟଙ୍କା ଆସିଥିଲେ ମଧ୍ୟ ସେ ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଭିଯୋଗକାରୀଙ୍କ କହିବା ଅନୁସାରେ, କେବଳ ଜଣେ ନୁହେଁ, ଆହୁରି ୨ରୁ ୩ ଜଣ ହିତାଧିକାରୀଙ୍କ ଭତ୍ତା ଟଙ୍କା ମଧ୍ୟ ହଡ଼ପ ହୋଇଥିବା ଅଭିଯୋଗ ରହିଛି। ତେବେ ପ୍ରକୃତରେ କାହିଁକି ହିତାଧିକାରୀଙ୍କୁ ମିଳୁନି ଭତ୍ତା? ଏହି ଅଭିଯୋଗ ପଛରେ କାହାର ଦାୟିତ୍ୱ ରହିଛି? ଏନେଇ ଅଭିଯୋଗକାରୀଙ୍କ ପ୍ରତିକ୍ରିୟା ଶୁଣିବା।