Hot Posts

6/recent/ticker-posts

ଟ୍ରେନରୁ ଖସି ପଡି ଜୈନିକ ବ୍ୟକ୍ତି ମୃତ l

ବାଲେଶ୍ୱର, ୧୬/୦୭ ( ପ୍ରଭାକର ମଲ୍ଲିକ ) : କଲିକତା ରୁ ସମ୍ବଲପୁର ଅଭିମୁଖେ ଫେରୁଥିବା ଜଣେ ଜୈନିକ ଯୁବକ ଟ୍ରେନରୁ ଖସିପଡି ପ୍ରାଣ ହରାଇଥିବା ଜଣାଯାଇଛି। ସୂଚନାରୁ ପ୍ରକାଶ ଯେ ଗତ କାଲି ଟ୍ରେନରେ କଲିକତାରୁ ସମ୍ବଲପୁର ଜିଲ୍ଲା ନିଜ ଘରକୁ ଧନୁପାଲି ଅଞ୍ଚଳର ଏହି ଯୁବକ ସର୍ବରଞ୍ଜନ ତ୍ରିପାଠୀ(୪୮) ହଣ୍ଡାଇ କମ୍ପାନୀର ଟ୍ରେନିଂ ସାରି ଟ୍ରେନ ଯୋଗେ କଲିକତାରୁ ସମ୍ବଲପୁରକୁ ସାଲିମାର ଯୋଗେ ସମ୍ବଲପୁର ଏକ୍ସପ୍ରେସରେ ଫେରୁଥିବା ସମୟରେ ଅମର୍ଦାରୋଡ ଷ୍ଟସନରୁ ୨ କିମି ଦୂରରେ ତଥା ଖଣ୍ଡପସା ଗେଟ ଅନୀତ ଦୂରରେ ଟ୍ରେନରୁ ତଳକୁ ପଡ଼ି ମୃତ୍ୟୁ ବରଣ କରିଥିବା ଦେଖିଥିଲେ। ଗୁରୁବାର ସକାଳେ ମୃତ୍ୟୁ ବରଣ କରିଥିବା ଦେଖିଲା ପରେ ଷ୍ଟେସନକୁ ଖବର ଦେଇଥିଲେ ସ୍ଥାନୀୟ ଗ୍ରାମବାସୀ। ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥାଳରେ ପହଁଞ୍ଚି ମୃତ୍ୟୁ ଶରୀର କୁ ଜବତ କରିଥିଲେ। ଷ୍ଟେସନ ଖବର ଦେବା ପରେ ସ୍ଥାନୀୟ ଲୋକେ ତାଙ୍କ ମୋବାଇଲ ପଡ଼ିଥିବା ଦେଖି ତାଙ୍କ ସମ୍ପର୍କୀୟ ଲୋକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ପରେ ଜାଣିବାକୁ ପାଇଥିଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଅଞ୍ଚଳର ସର୍ବରଞ୍ଜନ ତ୍ରିପାଠୀ ବୋଲି ଜାଣିବାକୁ ପାଇଥିଲେ। ତାଙ୍କ ପରିବାର ଲୋକଙ୍କ ସହିତ ଆମ ପ୍ରତିନିଧି ଫୋନ ଯୋଗେ ଯୋଗାଯୋଗ କରିବା ପରେ ଜାଣିବାକୁ ପାଇଥିଲେ ତାଙ୍କର ୨ ଟି ସନ୍ତାନ ଓ ଧନୁପାଲି ଅଞ୍ଚଳର ବୋଲି। ରେଳବାଇ ପୋଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତାଙ୍କର ମୃତଦେହକୁ ବ୍ୟବଛେଦ ସହ ତାଙ୍କ ଘରଲୋକଙ୍କୁ ହସ୍ତାନ୍ତର କରିଥିଲେ।



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l