Hot Posts

6/recent/ticker-posts

୭୭ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ–୨୦୨୬ ପାଳିତ

ଭବାନୀପାଟଣା, ୧୦/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାରେ ୭୭ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ–୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ପରିବେଶ ସୁରକ୍ଷା, ବନ ସଂରକ୍ଷଣ ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ବନ ବିଭାଗ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଅତିଥିମାନେ ବୃକ୍ଷରୋପଣ କରି ପରିବେଶ ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ କଳାହାଣ୍ଡି ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯିବା ସହ ବୃକ୍ଷର ସୁରକ୍ଷା ଓ ଯତ୍ନ ନେବା ପାଇଁ ସମସ୍ତେ ସଙ୍କଳ୍ପ ନେଇଥିଲେ। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଦିଗରେ ଏହି ବନ ମହୋତ୍ସବ ଏକ ସକାରାତ୍ମକ ପଦକ୍ଷେପ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ