ଶଙ୍କରାଖୋଲ, ୦୫/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲାରେ ଚାରି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କାହାର ଘର ଭାଙ୍ଗିଛି ତ ଆଉ କେଉଁଠି ରାସ୍ତାରେ ପାଣି ମାଡ଼ି ଯାଇ ରାସ୍ତାରେ ଘାଇ ସୃଷ୍ଟି ହୋଇ କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଥିବା ଦେଖିବାକୁ ମିଳିଛି। ବିଶେଷ କରି ଫିରିଙ୍ଗିଆ ବ୍ଲକ ରେ ବର୍ଷା ର ପ୍ରଭାବ ଅଧିକ ପଡ଼ିଥିବା ଦେଖିବାକୁ ମିଳିଛି। ବିରାଟ ବରଗଛ ପଡ଼ି ରାସ୍ତା ଅବରୋଧ ହେବା ସହ ଛତୁଆ କାରଖାନା ଧ୍ୱଂସ ହୋଇ ଥିବା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ଖଜୁରିଗାଁ ଗ୍ରାମରେ। ସୂଚନା ଅନୁଯାୟୀ ଗତକାଲି ଶନିବାର ରାତିରେ ରାସ୍ତା କଡ଼ରେ ଥିବା ବିରାଟକାୟ ବରଗଛ ଓପଡ଼ି ପଡ଼ିଥିଲା। ଗୋଛାପଡା ବାଲନ୍ଦାପଡା ରାସ୍ତା ଅବରୋଧ ହେବା ସହ ମାଆ ରାପା ମୁଟା ଙ୍ଗି ଏସେଜି ମାଆ ମାନଙ୍କ ଦ୍ୱାରା ପରି ଚାଳିତ ଛତୁଆ କାରଖାନା ରେ ଗଛପଡ଼ି ଘର ଭାଙ୍ଗିବା ସହ ଛତୁଆ ତିଆରି ସରଞ୍ଜାମ, ଗହମ, ସୁଜି ଏବଂ ଅନ୍ୟାନ୍ୟ କଞ୍ଚା ମାଲ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଖବର ପାଇ ଯୁବ ବିଜେପି ନେତା ବାବୁଲା କହଁର ଫିରିଙ୍ଗିଆ ଅଗ୍ନିସମ ବାହିନୀ ଙ୍କୁ ଜଣାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ହଟାଇବା ପାଇଁ ଲାଗି ପଡ଼ିଥିଲେ , ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି। ରାସ୍ତା ସିନାସଫା ହୋଇ ଯାତାୟତ ସ୍ୱାଭାବିକ ହେବ, କିନ୍ତୁ ବ୍ୟାଙ୍କ ଋଣ କରି କାରଖାନା ଚଳାଇ ଥିବା ଏସେଜି ମାଆ ମାନଙ୍କ ଦୁଃଖ ବୁଝିବ କିଏ। ଏଣୁ ଏହାର କ୍ଷତି ପୂରଣ ଆକଳନ କରି ସରକାର ସହାୟତା ପ୍ରଦାନ କରିବା ପାଇଁ ସଭାନେତ୍ରୀ ଯମୁନା କହଁର ଓ ସମ୍ପାଦିକା କାମିନୀ ସାହୁ ଦାବୀ କରିଛନ୍ତି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
