Hot Posts

6/recent/ticker-posts

ନବ ଯୌବନ ବେଶରେ ଦର୍ଶନ ଦେଲେ ତିନି ଦିଅଁ

ବରୀ, ୧୪/୦୭ ( ରଂଜିତ ମହାନ୍ତି ) : ନବ ଯୌବନ ବେଶରେ ଦର୍ଶନ ଦେଲେ ତିନ ଆଜି ବରୀ ବାଗଦା ସ୍ଥିତ ଐତିହାସିକ ବଳଦେଵ ଜୀଉ ମନ୍ଦିରରେ ତିନି ଦିଅଁ ନବ ଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ସ୍ନାନ ପୂର୍ଣ୍ଣିମା ଠାରୁ ତିନି ଦିଅଁ ଅଣସର ଘରେ ଥିଲେ । ସୁସ୍ଥ ହେଲା ପରେ ଆଜି ପୂଜକଙ୍କ ଦ୍ୱାରା ତିନି ଦିଅଁଙ୍କ ବଡ଼ସିଂହାର ବେଶ ସହିତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ତିନି ଦିଅଁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଗ୍ରାମବାସୀଙ୍କ ସହିତ ନିକଟସ୍ଥ ଗ୍ରାମର ଶ୍ରଦ୍ଧାଳୁ ମନ୍ଦିରକୁ ଆସି ତିନି ଦିଅଁଙ୍କ ଦର୍ଶନ କରି ଆଶିର୍ବାଦ କାମନା କରିଥିଲେ । ଏହି ପୂଜାର୍ଚ୍ଚନା ସମୟରେ ମନ୍ଦିର ପରିଚାଳନା କମିଟିର ଅନ୍ୟତମ ସଦସ୍ୟ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠିତ ଆଇନଜୀବି ସ୍ୱର୍ଗତ ନବ କିଶୋର ଦାସଙ୍କ ଦ୍ଵିତୀୟ ପୁତ୍ର ଅବସ୍ରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବିଜୟଭାନୁ ଦାସ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।