ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ।
ଭୁବନେଶ୍ୱର, ୨୭/୦୭ ( ନବଦୂତ ) : ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ତଥା ଭଟ୍ଲିର ପୂର୍ବତନ ବିଧାୟକ ସୁଶାନ୍ତ ସିଂଙ୍କର ପରଲୋକ ଘଟିଛି। ମାତ୍ର ୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ସୁଶାନ୍ତ ସିଂ ଭଟ୍ଲି ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ବିଜେଡି ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲ ଓ ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।