ମହଂଗାପଡିଲା ମନଇଚ୍ଛା ରାସ୍ତା କଡ଼ରେ ଗାଡି ପାର୍କିଂଗ କରିବା।
ଭଦ୍ରକ, ୨୦/୦୭ ( ନବଦୂତ ) : ସୂଚନା ମୁତାବିକ,ଭଦ୍ରକ ସଦର ମୁଖ୍ୟ ଜାତୀୟ ୧୬ନମ୍ଵର ରାଜପଥ ନେହେରୁ ଷ୍ଟାଡିଅମ ମିକତସ୍ତ କିଛିଦିନ ହେବ ଏକ ଅକାମି ହୋଇ ପଡ଼ିଥିବା କଣ୍ଟେନର (ଏନଏଲ୦୧ ଏବୀ ୧୨୧୫)ମାଲବାହୀ କଣ୍ଟେନର ଟ୍ରକ ଟି ର ଭଦ୍ରକ ଜିଲ୍ଲା ପରିବହନ ବିଭାଗ ଅଧିକାରୀମାନେ, ରାସ୍ତାକଡ଼ରେ ବେଆଇନ ଗାଡି ପାର୍କିଂଗ ଅଭିଯୋଗ ରେ ଗାଡିଟି ର ଚାଲାଣ କାଟିବା ପରେ ଗାଡିଟି କୁ ଏକ କ୍ରେନ ସାହାଯ୍ୟ ରେ ଉଠାଇ ନିକଟରେ ଥିବା ପେଟ୍ରୋଲପୁମ୍ପ ନିକଟରେ ଛିଡା କରାଯାଇଛି।ଇକ୍ତ ସମୟରେ ଗାଡି ମାଲିକ ଓ ଚାଳକ ଉଭୟ ସେଠାରେ ଥିବାର ଖବର ମିଳିଥିଲା,ତଥା ଗାଡିଟି ର ଚାଲାଣ କାଟିବା ସହ ଗାଡିଟି ର ଫିଟନେସ ମଧ୍ୟ ବାତିଲ କରାଯାଇଥିଲା।ମନଇଚ୍ଛା ଗାଡି ରାସ୍ତା କଡରେ ଛିଡା କରିବା ଅଭିଯୋଗ ରେ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନ୍ୟବର ସୁପ୍ରିମ୍କୋର୍ଟ ନିର୍ଦେଶ ରେ କୌଣଡି ଗାଡି ରାସ୍ତା କଡରେ ଛିଡା କଲେ ,ଗାଡ଼ିଗୁଡିକ ର ରେଜିଷ୍ଟ୍ରସନ ବାତିଲ କରାଯିବବୋଲି ସୂଚନା ମିଳିଛି।,ଉକ୍ତ ଵ୍ୟଵସ୍ଥା ଉପରେ ଭଦ୍ରକ ଜିଲ୍ଲା ପାରିବହନ ବିଭାଗ ଓ ଭଦ୍ରକ ପୋଲିସ ଆଗକୁ ଅଧିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି।