Hot Posts

6/recent/ticker-posts

ଏସ୍.ଏମ୍.ସି କମିଟୀର ନୂତନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନ ଉପଲକ୍ଷେ ସ୍ୱତନ୍ତ୍ର ବୈଠକ

ଲଇକେରା, ୧୫/୦୭ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ପିଏମଶ୍ରୀ କେବିଜେ ସରକାରୀ ଉଚ୍ଚ ବିଦ୍ୟାଳୟ ର ଏସ୍.ଏମ୍.ସି କମିଟୀର ନୂତନ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଚୟନ ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପଟେଲଙ୍କ ସଭାପତିତ୍ତ୍ୱରେ ତାରିଖ ୧୫/ଜୁଲାଇ/୨୦୨୬ ମସିହା ବୁଧବାର ଦିନ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା ।ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ଚିଠି ନଂ:-୭୦୬୩/ଏସ୍.ଏମ୍.ସି/୨୬ ୨୬/ଜୁନ୍/୨୦୨୬ ଅନୁସାରେ ତାରିଖ ୧୦/ଜୁଲାଇ/୨୦୨୬ ମସିହା ଶୁକ୍ରବାର ଦିନ ଅଭିଭାବକ, ଅଭିଭାବିକା, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମିଳିତ ବୈଠକ ହୋଇଥିଲା । ସେହି ବୈଠକରେ ଏସ୍.ଏମ୍.ସି କମିଟୀ ପାଇଁ କୋଡିଏ ଜଣ ସଭ୍ୟ ସଭ୍ୟା ଚୟନ କରାଯାଇଥିଲା ‌।ସେଥି ମଧ୍ଯରୁ ତାରିଖ ୧୫/ଜୁଲାଇ/୨୦୨୬ ମସିହା ବୁଧବାର ଦିନ ବାସନ୍ତୀ ମେହେର ଙ୍କ ପ୍ରସ୍ତାବ ଅନୁସାରେ ଅମର କୁମାର ସାହୁଙ୍କ ସମର୍ଥନରେ ଡୁଲେନ୍ଦ୍ର ଗନ୍ଧାଙ୍କୁ ସର୍ବସମ୍ମତି କ୍ରମେ ନୂତନ ଏସ.ଏମ.ସି କମିଟୀର ଅଧ୍ୟକ୍ଷ କରାଯାଇଥିବାବେଳେ ସରିତା ରାଏଙ୍କ ପ୍ରସ୍ତାବ ଅନୁସାରେ ପୂଜା ନାଏକଙ୍କ ସମର୍ଥନରେ ବାସନ୍ତୀ ମେହେରଙ୍କୁ ନୂତନ ଏସ୍.ଏମ୍.ସି କମିଟୀର ଉପାଧ୍ୟକ୍ଷ କରାଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପଟେଲ,ବରିଷ୍ଠ ଶିକ୍ଷକ ଚୈତନ୍ୟ କଣ୍ଟା, ୱାର୍ଡ ସଭ୍ୟ ଅନିଲ କୁମାର ସରାଫ, ଅଙ୍ଗନବାଡି କର୍ମୀ ମାଣିକ୍ଯ ବେସନ, ଆଶାକର୍ମୀ ହେମଲତା ସାହୁ, ପୂଜା ନାଏକ, ଜ୍ୟୋତ୍ସ୍ନା ମେହେର, ପୁଷ୍ପାଞ୍ଜଳୀ ବେସନ, ଯଶୋବନ୍ତ ମେହେର, ବର୍ଷା ଧରେଇ, ଡଲି ମହାନନ୍ଦ, ରାଜେନ୍ଦ୍ର ମରେହୀ, ଗୋଦାବରୀ ସାହୁ, ଲଲିନ ମହାନନ୍ଦ, ଅମର କୁମାର ସାହୁ, ସରିତା ରାଏ, ସନ୍ଧ୍ୟାବତୀ କୁଅଁର ନୂତନ ଏସ୍.ଏମ୍.ସି କମିଟୀର ସଭ୍ୟସଭ୍ୟା ମାନେ ବିଦ୍ୟାଳୟକୁ‌ ସୁପରିଚାଳନା କରିବା ପାଇଁ ଚୟନ ହୋଇଛନ୍ତି ।ଏହି ବୈଠକ କୁ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଚୈତନ୍ୟ କଣ୍ଟା ପରିଚାଳନା କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।


*ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ*