ଚିକିତ୍ସା ରେ ଅବହେଳା, ରୋଗୀମୃତ, ଡାକ୍ତରଖାନାରେ ଉତେଜନା
ଭଦ୍ରକ, ୧୫/୦୭ ( ନବଦୂତ ) : ସୂଚନା ମୁତାବିକ ଭଦ୍ରକ ଜିଲ୍ଲା ସଦର ଆରଡି ଛକ ରେ ଥିବା ଏକ ଘରୋଇ ଡାକ୍ତର ଖାନରେ ରୋଗୀର ମୃତ୍ୟୁ କୁ ନେଇ ଉତେଜନା ଡାକ୍ତର ଥାନାରେ ଅଟକ। ପ୍ରାପ୍ତ ଖବର ଅନୁଯାଇ-ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଧୂସୁରୀ ଥାନା ଅଧିନସ୍ତ ଅର୍ଜୁନ ପୁରଗ୍ରାମ ବାସୀନ୍ଧା ଅଜୟ ଜେନା ନାମକ ଜଣେ ଲୋକ ର ଘରେ ଅଧିକ ଝାଡା ବାନ୍ତି ହେବାରୁ ତାକୁ ପରିବାର ଲୋକ ଭଦ୍ରକଜିଲା ମୁଖ୍ୟ ଡାକ୍ତର ଖାନାର ଭର୍ତ୍ତି କରାଇଥିଲେ, କିନ୍ତୁ ସେଠାରେ ଚିକିସ୍ୟା ହେବାପରେ ରୋଗୀର ଦେହ ଅଧିକ ଖରାପ ହେବାରୁ ଭଦ୍ରକ ଜିଲ୍ଲା ଡାକ୍ତର ଖାନା ରୁ ତୁରନ୍ତ କଟକ ଡାକ୍ତର ଖାନାକୁ ଯିବାପାଇଁ ଜଣାଇ ଥିଲେ, କଟକ ଡାକ୍ତର ଖାନା ଯିବା ପରିବର୍ତେ ରୋଗୀର ପୁଅ ସହ ଜଣେଜୈନକ ସାଙ୍ଗପରାମର୍ଶ ରେ ତାକୁ ଭଦ୍ରକ ଆରଡ଼ି ଛକରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇ ଥିଲେ,ରୋଗୀର ପରିବାର ଲୋକ କହିବା ଅନୁଯାଇ ତାଙ୍କ ରୋଗୀ ଙ୍କୁ ଠିକ ଭାବରେ ଚିକିସ୍ୟା ନ କରିବାରୁ ରୋଗୀର ମୃତୁ ଘଟିଛି,ରୋଗୀ ର ମୃତୁପରେ ପରିବାର ଲୋକ ଓ ରୋଗୀର ସାଥୀରେ ଥିବା ଲୋକ ଅଧିକ ଉତ୍ତେଜନା ହେବାପରେ ଘଟଣା ଯାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ରେ ଏତାଲା ହୋଇଥିଲା ।ପୋଲିସ ଘରୋଉ ଡାକ୍ତର ଡାକ୍ତର ପହଂଚି ଚିକିସ୍ୟା କରିଥିବା ଡାକ୍ତର କୁ ଥାନାରେ ଅଟକ ରଖୁଥିବାର ଶୁଚନା ମିଳିଛି।