ବିଦ୍ୟୁତ ଆଘାତରେ ମହିଳା ମୃତ
କଟକ, ୧୪/୦୭ ( କାହୁଁ ଚରଣ ବାରିକ ) : ମୃତ ମହିଳା ଜଣଙ୍କ ହେଲେ ନରସିଂହପୁର ବ୍ଲକ ଅନ୍ତର୍ଗତ ମର୍ଦ୍ଧମେଖ ଗ୍ରାମର ବିଜୟ ପରିଡା ଙ୍କ ପତ୍ନୀ ଅଶାନ୍ତି ପରିଡା 32 ବର୍ଷ, ଅଶାନ୍ତି ଗାଧୋଇ ସାରି ଛାତ ଉପରେ ଲୁଗା ଶୁଖାଉଥିବା ସମୟରେ ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ଲାଗି ଗୁରୁତର ଆହତ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଗୁରୁତର ଆହତ ଅବସ୍ଥାରେ ନରସିଂହପୁର ମେଡିକାଲ କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇଁ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, କଟକ ଜିଲ୍ଲା ପରିଷଦ ଅଧକ୍ଷ କିଶୋର ଚନ୍ଦ୍ର ମିଶ୍ର ମେଡିକାଲ ରେ ପହଁଞ୍ଚି ପରିବାର କୁ ସମବେଦନା ଜଣାଇବା ସହ କିପରି କ୍ଷତିପୂରଣ ମିଳିଵ ବିଦ୍ୟୁତ ବିଭାଗ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ। କିନ୍ତୁ ବିଭାଗ ପକ୍ଷରୁ ଏହି ଘଟଣା କୁ ଏହି ଘଟଣା କୁ ଅସ୍ବୀକାର କରାଯାଇଛି।