ଜଗତପୁର ପୋଲିସର ଚଢ଼ାଉ, ବିପୁଳ ପରିମାଣର ମଦ ଜବତ
କଟକ, ୧୪/୦୭ ( କାହୁଁ ଚରଣ ବାରିକ ) : କଟକ ଜଗତପୁର ଥାନା ଆଇଆଇସିଙ୍କ ପରାମର୍ଶକ୍ରମେ ବେଆଇନ ମଦ କାରବାର ବିରୋଧରେ ଚଢ଼ାଉ କରି ପୋଲିସ ବଡ଼ ସଫଳତା ହାସଲ କରିଛି। ତାଳବଣିଆ ମୁଣ୍ଡାସାହି ଅଞ୍ଚଳରେ ଗୁପ୍ତ ସୂଚନା ଆଧାରରେ ହୋଇଥିବା ଚଢ଼ାଉରେ ମୋଟ ୧୦୦ ଲିଟର ବେଆଇନ ଦେଶୀ ମଦ ଜବତ ହେବା ସହ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏବଂ ଗିରଫ ହେଇଥିବା ବେକ୍ତି ହେଲେ (ନବ ନାୟକ ଗ୍ରାମ – ତୋରଳ ) (ଏସ୍.କେ. କାଲୁ ଗ୍ରାମ –ତାଳବଣିଆ ମୁଣ୍ଡାସାହି ) ଏବଂ (ରାଜୁ କେରେଇ –ଚରମ୍ପା କାଳୀ ମନ୍ଦିର ଭଦ୍ରକ ) ସୂଚନା ଅନୁଯାୟୀ, ୧୩ ଜୁଲାଇ ସକାଳ ପ୍ରାୟ ୬ଟାରେ ଜଗତପୁର ଥାନାର ଏଏସଆଇ ନାରାୟଣ ଚନ୍ଦ୍ର ମଲ୍ଲିକ ଓ ପୋଲିସ ଟିମ୍ ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଗୁପ୍ତ ସୂଚନା ପାଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ସେଠାରୁ ନବ ନାୟକଙ୍କ ଠାରୁ ୩୦ ଲିଟର, ରାଜୁ କେରେଇଙ୍କ ଠାରୁ ୩୦ ଲିଟର ଏବଂ ଏସ୍.କେ. କାଲୁଙ୍କ ଠାରୁ ୪୦ ଲିଟର ବେଆଇନ ଦେଶୀ ମଦ ଜବତ କରାଯାଇଥିଲା। ଅଭିଯୁକ୍ତମାନେ ମଦ ରଖିବା ପାଇଁ କୌଣସି ବୈଧ ଅନୁମତିପତ୍ର କିମ୍ବା କାଗଜପତ୍ର ଦେଖାଇ ପାରିନଥିଲେ। ଏହି ଘଟଣାରେ ଜଗତପୁର ଥାନାରେ କେସ୍ ନଂ–୪୫୬, ତାରିଖ ୧୩.୦୭.୨୦୨୬ ଅନୁଯାୟୀ ଓଡ଼ିଶା ଆବକାରୀ ଆଇନର ଧାରା–୫୨ରେ ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ମାନ୍ୟବର ଅଦାଲତରେ ହାଜର କରାଯାଇଥିବା ବେଳେ ୧୫ ଦିନିଆ ନ୍ୟାୟିକ ହାଜତ ପାଇଁ ପ୍ରାର୍ଥନା କରାଯାଇଛି। ଜଗତପୁର ପୋଲିସ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱତନ୍ତ୍ର ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି।