କନ୍ଦରପୁର ଆପ୍ରୋଚ୍ ରୋଡ଼ ପାଲଟିଛି ମରଣଯନ୍ତା, ଲଗାଣ ବର୍ଷାରେ ଯାତାୟାତ ବିପର୍ଯ୍ୟସ୍ତ
କଟକ, ୧୪/୦୭ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲାର କଟକ ସଦର ନିର୍ବାଚନ ମଣ୍ଡଳୀର କନ୍ଦରପୁର ଠାରେ ନିର୍ମିତ ହେଉଥିବା ରେଲୱାଇ ଓଭର ବ୍ରିଜ କାର୍ଯ୍ୟ ଚାଲୁଥିବାରୁ ଜନ ସାଧାରଣଙ୍କ ପାଇଁ ନିର୍ମିତ ଆପ୍ରୋଚ ରୋଡ଼ ଲଗାଣ ବର୍ଷାରେ ପାଲଟିଛି ମରଣ ଯନ୍ତ୍ରା|ସୂଚନା ମୁତାବକ କଟକ ନୁଆଗାଁ ୫୫ ନମ୍ବର ଜାତୀୟ ରାଜ ପଥର କନ୍ଦରପୁର ଠାରେ ରେଲୱାଇ ର ଓଭର ବ୍ରିଜ କାମ ଚାଲୁଛି | ଏହି ରାସ୍ତାଟି କଟକ ରୁ ଜଗତସିଂପୁର ଯିବା ପାଇଁ ଏକ ମାତ୍ର ରାସ୍ତା | ଓଭର ବ୍ରିଜ ନିର୍ମାଣ କରୁଥିବା ସଂସ୍ଥା ଯେଉଁ ଆପ୍ରୋଚ ରୋଡ଼ ତିଆରି କରିଥିଲେ ତାହା କେବଳ ପଥର ଗୁଣ୍ଡ ଓ ଚିପ୍ସ ରେ ନିର୍ମାଣ ହୋଇଥିବାରୁ ଲଗାଣ ବର୍ଷାରେ ପ୍ରାୟ ଏକ କିଲୋମିଟର ସେହି ରାସ୍ତାଟି ବଡ଼ ବଡ଼ ଖାଲ ଖମା ହେବା ସହ ଚିପ୍ସ ସଂପୁର୍ଣ ଭାବେ ଉଠି ଯାଇଛି |ଯାହା ଫଳରେ ସେ ରାସ୍ତା ଦେଇ ଜନସାଧାରଣ ଯିବା ଆସିବା ଏକ ପ୍ରକାର ମରଣ ଯନ୍ତା ପାଲଟିଛି |