Hot Posts

6/recent/ticker-posts

ବ୍ରେକ୍ ଫେଲ୍... ଆଉ ତା'ପରେ! ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରେ ଅଳ୍ପକେ ଟଳିଗଲା ବଡ଼ ଅଘଟଣ।

କଟକ, ୧୩/୦୭ ( କାହୁଁ ଚରଣ ବାରିକ ) : କଟକ ଧବଳେଶ୍ୱର ଆଡୁ ଆସୁଥିବା ପାଉଁଶ ବୋଝେଇ ଏକ ହାଇୱାର ହଠାତ୍ ବ୍ରେକ୍ ଫେଲ୍ ହୋଇଯାଇଥିଲା। ବ୍ରେକ୍ କାମ ନ କରିବାରୁ ଗାଡ଼ିଟି ଅନିୟନ୍ତ୍ରିତ ହୋଇପଡ଼ିଥିଲା। ସେହି ସମୟରେ ରାସ୍ତାରେ ଅନ୍ୟ ଗାଡ଼ି ଓ ଲୋକଙ୍କ ଚଳାଚଳ ଥିବାରୁ ବଡ଼ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଡ୍ରାଇଭର ଧୈର୍ଯ୍ୟ ହରାଇ ନଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ ସେ ହାଇୱାକୁ ରାସ୍ତାରେ ଆଗକୁ ନେବା ପରିବର୍ତ୍ତେ ସାମ୍ନାରେ ଥିବା ଗୋଲେଇ ଛକ ଉପରକୁ ଚଢ଼ାଇ ଦେଇଥିଲେ। ଏହାଫଳରେ ଗାଡ଼ିର ବେଗ ନିୟନ୍ତ୍ରଣକୁ ଆସିଥିଲା ଏବଂ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଥିଲା। ଘଟଣା ପରେ ସେଠାରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲେ ମଧ୍ୟ କୌଣସି ଜୀବନହାନି ହୋଇନାହିଁ। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିକୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି।