ଅବୁଜବାହାଲ ଗ୍ରାମ୍ୟ କମିଟି ଗଠିତ
କର୍ଲାମୁଣ୍ଡା, ୦୫/୦୭ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଅବୁଜବାହାଲ ଗ୍ରାମର ସର୍ବାଙ୍ଗୀନ ଉନ୍ନତି, ଗ୍ରାମବାସୀଙ୍କ ସୁଖ-ଦୁଃଖର ସାଥୀ ହେବା ଏବଂ ଗ୍ରାମର ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଗ୍ରାମରେ ଏକ ନୂତନ ଗ୍ରାମ୍ୟ କମିଟି ଗଠିତ ହୋଇଯାଇଛି। ଅବୁଜବାହାଲ ରାଧାକୃଷ୍ଣ ମନ୍ଦିର ପରିସରରେ ଶ୍ରୀ ଦୟା ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସର୍ବସମ୍ମତି କ୍ରମେ ନୂତନ କମିଟିର ସଭାପତି ଭାବେ ବିଶ୍ୱରଞ୍ଜନ ସାହୁ, ଉପ-ସଭାପତି ଭାବେ ଗୋକୁଳ ଚନ୍ଦ୍ର ମାଝୀ, ବାଳକୃଷ୍ଣ ସାହୁ ଓ ହରେକୃଷ୍ଣ ସାହୁଙ୍କୁ ଚୟନ କରାଯାଇଥିଲା। ସାଧାରଣ ସମ୍ପାଦକ ଭାବେ ରତନ ଭୋଇ, ସହ-ସମ୍ପାଦକ ଭାବେ ତରଣୀ ସେନ ମାଝୀ ଓ ବିଶିକେଶନ ସେଠ ଏବଂ କୋଷାଧ୍ୟକ୍ଷ ଭାବେ ବିରୋଜ କୁମାର ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଗ୍ରାମର ଉନ୍ନତି ଓ ସମସ୍ତଙ୍କ ସୁଖ-ଦୁଃଖରେ ସାମିଲ ହେବା ପାଇଁ ନୂତନ କମିଟି ଏକ ଦୃଢ଼ ସଙ୍କଳ୍ପ ନେଇଥିବା ଜଣାଯାଏ ।