Hot Posts

6/recent/ticker-posts

ଭୁବନେଶ୍ୱର–ଭବାନୀପାଟଣା ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ; ଷ୍ଟିଅରିଂ ଛିଣ୍ଡିଯିବାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭବାନୀପାଟଣା, ୧୬/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ ଗାଈଗାଁ ଛକ ନିକଟରେ ହଠାତ୍ ଷ୍ଟିଅରିଂରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ସହ ଷ୍ଟିଅରିଂ ଛିଣ୍ଡିଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ସେହି ସମୟରେ ବସରେ କେବଳ ୩ ଜଣ ଯାତ୍ରୀ ଥିଲେ ଏବଂ ଘଟଣାରେ କାହାରି କୌଣସି ଆଘାତ ଲାଗିନଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସହଯୋଗ କରିଥିଲେ। ଏହି ଘଟଣାରେ ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳିଯାଇଥିବା ବେଳେ, ବସର ଯାନ୍ତ୍ରିକ ସୁରକ୍ଷା ଓ ଫିଟନେସ୍‌ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ