ଗଣମାଧ୍ୟମ ପ୍ରତିନିଧି ଏବଂ ଝରିଗାଁ ବିଧାୟକ ଙ୍କ ମଧ୍ୟରେ ଭେଟଘାଟ କାର୍ଯ୍ୟକ୍ରମ
ଝରିଗାଁ, ୧୧/୦୭ (ନକୁଲ ଭତରା) : ଝରୀଗାଁ ବ୍ଲକ ମାଆ ବିଡିରୀ ଠାକୁରାଣୀଙ୍କ ପୀଠରେ ଝରିଗାଁ ନିର୍ବାଚନ ମଣ୍ଡଳୀ ର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଏବଂ ମାନ୍ୟବର ବିଧାୟକ ନରସିଂହ ଭତ୍ରା ଙ୍କ ମଧ୍ୟରେ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.. ଦୀର୍ଘ ସମୟ ଧରି ଚର୍ଚ୍ଚା ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟରୁ ଶ୍ରୀ ନଳିନୀକାନ୍ତ ମିଶ୍ର, ଶ୍ରୀ ହରିହର ଶତପଥୀ, ତ୍ରିନାଥ ଧରୁଆ ଏବଂ ବିଧାୟକ ମିଡ଼ିଆ ସଂଯୋଜକ ଗିରି ମାଝୀ ଖବର ପ୍ରସାରଣ ଲାଗି ଜଣେ ପ୍ରତିନିଧି ନିଜର ଭୂମିକା ତୁଲେଇବା ସମୟରେ କିଭଳି ବିଭିନ୍ନ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ ସେକଥା ବିଧାୟକ ଙ୍କ ନଜରକୁ ଆଣିଥିଲେ. ଲୋକଙ୍କ ସମସ୍ୟା ହେଉ କି ଅଂଚଳର ବିକାଶ କଥା, ଯେତେବେଳେ ଯାହା ସାମ୍ନାକୁ ଆସେ ସେତେବେଳେ ପ୍ରଶାସନ ର ପାରିବାପଣିଆ କୁ ଲୋକଙ୍କ ସାମ୍ନା କୁ ଆଣିବାର ଭୂମିକା ନିଭାଇଥାଏ, ଭୁଲ କୁ ଭୁଲ ଏବଂ ଠିକ କୁ ଠିକ ଦର୍ଶେଇଥାଏ ହେଲେ ଏଭଳି କ୍ଷେତ୍ରରେ ଜଣେ ପ୍ରତିନିଧିକୁ ଅନେକ ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ. ଯଦି ଅଂଚଳର ସମସ୍ୟା କୁ ଲୋକଲୋଚନ କୁ ଆଣିଥିବା ପ୍ରତିନିଧି ର ବାର୍ତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଏହାର ସମାଧାନ ର ବ୍ୟବସ୍ଥା କରାଗଲେ ଏହା ଶାସକ ଦଳ ପାଇଁ ଏକ ସଫଳତା ହୋଇପାରନ୍ତା ଯାହାକୁ ନେଇଁ ମାନ୍ୟବର ବିଧାୟକ ମଧ୍ୟ ଗଣମାଧ୍ୟମ ର ଏଭଳି ପ୍ରୟାସ କୁ ପ୍ରଶଂସା କରିଥିଲେ, ତୃଣମୂଳ ସ୍ତରକୁ ଯାଇ ତୃଣମୂଳ ସ୍ତରରୁ ଖବର ସଂଗ୍ରହ କରୁଥିବାରୁ ଏହା ବିକାଶ କ୍ଷେତ୍ରରେ ଅନେକ ସହାୟତା ହେଉଥିବା ଏବଂ ଅଂଚଳର ବିକାଶ କ୍ଷେତ୍ରରେ ଗଣମାଧ୍ୟମ ର ପ୍ରମୁଖ ଭୂମିକା ରହିଥିବା କହିଥିଲେ. ଏହି ଭେଟଘାଟ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଗଣମଧ୍ୟମ ପ୍ରତିନିଧି ଙ୍କୁ ମାନ୍ୟବର ବିଧାୟକ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ. ବିଧାୟକ ଙ୍କ ଏଭଳି ପ୍ରୟାସ କୁ ଗଣମାଧ୍ୟମ ପକ୍ଷରୁ ମଧ୍ୟ ଧନ୍ୟବାଦ ଅର୍ପଣ କରାଯାଇଥିଲା