Hot Posts

6/recent/ticker-posts

ଲଇକେରାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଲଇକେରା, ୧୪/୦୭ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଯୋଗ ଦେଇଥିବାବେଳେ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ବ୍ଲକ ଉନ୍ନୟନ ଅଧିକାରୀ ଜର୍ଜ ଡୁଙ୍ଗଡୁଙ୍ଗଙ୍କ ସହିତ ବିଭିନ୍ନ ଜିଲ୍ଲାସ୍ତରୀୟ ଏବଂ ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଆପତ୍ତି ଅଭିଯୋଗର ପ୍ରତ୍ୟକ୍ଷ ଶୁଣାଣୀ କରିଥିଲେ ।ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ଯକ ଜନସାଧାରଣ ନିଜ ନିଜର ସମସ୍ୟା ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଏହି ଶୁଣାଣୀରେ ସର୍ବମୋଟ ୩୨ ଗୋଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୨୩ ଗୋଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଅଭିଯୋଗ ହୋଇଥିବା ବେଳେ ୯ ଗୋଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ରହିଥିଲା । ଏହି ଶିବିରରେ ମୂଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ, ଜମି ଜମା ବିବାଦର ସମାଧାନ, ଜମି ଚିହ୍ନଟ ଏବଂ ଜମି ପଟ୍ଟା ଆବଣ୍ଟନ ଭଳି ରାଜସ୍ୱ ସମ୍ପର୍କିତ ମାମଲା ସମ୍ୱନ୍ଧୀୟ ଶୁଣାଣୀ କରାଯାଇଥିଲା । ଏହା ବ୍ୟତୀତ ଅଞ୍ଚଳର ପାନୀୟ ଜଳ ସମସ୍ୟାର ଦୂରୀକରଣ, ନୂତନ ନଳକୂପ ଖନନ ଏବଂ ଉତ୍ତମ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥାର ସୁଧାର ଭଳି ଦାବୀ ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।