Hot Posts

6/recent/ticker-posts

ନୂଆପଡ଼ା ଅବକାରୀ ବିଭାଗର ଚଢ଼ାଉ : ୧୬ କିଲୋଗ୍ରାମ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

ନୂଆପଡ଼ା, ୨୦/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇ ଏନ୍‌ଡିପିଏସ୍‌ (NDPS) ଆଇନ ଅନ୍ତର୍ଗତ ଦୁଇଟି ପୃଥକ ମାମଲା ରୁଜୁ କରାଯିବା ସହ ମୋଟ ୧୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପ୍ରଥମ ଘଟଣାରେ ଖଡ଼ିଆର ରୋଡ଼ ସ୍ଥିତ ସ୍ୱସ୍ତିକ ଲଜ୍‌ ସମ୍ମୁଖରେ ଚଢ଼ାଉ କରାଯାଇ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ମାମଲାରେ କନ୍ଧମାଳ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର କଁହର (୨୯)ଙ୍କୁ ଗିରଫ କରାଯାଇଛି। ନୂଆପଡ଼ା ଅବକାରୀ ରେଞ୍ଜର ଇନ୍ସପେକ୍ଟର ହୀରାବତୀ ଠାଟି ପି.ଆର୍. ନଂ–୯୨/୨୬-୨୭ ଅନୁଯାୟୀ ଏନ୍‌ଡିପିଏସ୍‌ ଆଇନ, ୧୯୮୫ର ଧାରା ୨୦(ବି)(ii)(ବି) ଅନୁସାରେ ମାମଲା ରୁଜୁ କରିଥିଲେ। ଦ୍ୱିତୀୟ ଘଟଣାରେ ଖଡ଼ିଆର ରୋଡ଼ ରେଳ ଷ୍ଟେସନ ରାସ୍ତା ନିକଟରେ ଚଢ଼ାଉ କରାଯାଇ ଜଣେ ବ୍ୟକ୍ତିଙ୍କ ନିକଟରୁ ୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ କନ୍ଧମାଳ ଜିଲ୍ଲାର ସୁଫଳ କଁହର (୨୬)ଙ୍କୁ ଗିରଫ କରାଯାଇଛି। ନୂଆପଡ଼ା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସିଦ୍ଧାନ୍ତ ପାତ୍ର ପି.ଆର୍. ନଂ–୧୧୩/୨୬-୨୭ ଅନୁଯାୟୀ ଏନ୍‌ଡିପିଏସ୍‌ ଆଇନ, ୧୯୮୫ର ଧାରା ୨୦(ବି)(ii)(ବି) ଅନୁସାରେ ମାମଲା ରୁଜୁ କରିଥିଲେ। ଉଭୟ ଅଭିଯୁକ୍ତଙ୍କୁ ନ୍ୟାୟାଳୟରେ ହାଜର କରାଯାଇଥିବାବେଳେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍‌ଙ୍କ ଆଦେଶକ୍ରମେ ସେମାନଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି।