Hot Posts

6/recent/ticker-posts

ରାମ ମନ୍ଦିର ଦାନ ଅର୍ଥ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା, ୧୫/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣାସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଜଳନ୍ଧର ନାଏକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ସମ୍ପର୍କିତ ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ କମିଟି ବିଜେପି ସରକାରକୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ଦର୍ଶାଇ ଇସ୍ତଫା ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ କହିଥିଲେ ଯେ, ଅଯୋଧ୍ୟା ରାମ ମନ୍ଦିରରେ ଘଟିଥିବା ବୋଲି ଦାବି କରାଯାଉଥିବା ଦାନ ଅର୍ଥ ଚୋରି ଘଟଣା ପାଇଁ କେନ୍ଦ୍ର ସରକାର ଓ ମନ୍ଦିର ପ୍ରଶାସନ ଦାୟୀ। ଏହି ଘଟଣା ଦେଶର କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ବୋଲି ସେ ଅଭିଯୋଗ କରିଥିଲେ। ଏହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ତୁରନ୍ତ ଚିହ୍ନଟ ଓ ଗିରଫ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବାକୁ ଜିଲ୍ଲା କଂଗ୍ରେସ କମିଟି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଉଛବ ସାହୁ, ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ଇନ୍ଦ୍ରଜିତ ମହାଖୁଡ଼, ଜିଲ୍ଲା କଂଗ୍ରେସ ସମ୍ପାଦକ ସୁଦର୍ଶନ ବିଶ୍ୱାଳ, ଭବାନୀପାଟଣା ନଗର ସଭାପତି ସୁକାନ୍ତ ବିଶି, ଦୀନେଶ ବାଗ ଓ ଜିଲ୍ଲା କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।