Hot Posts

6/recent/ticker-posts

ବିକାଶ ଶିକ୍ଷାନୁଷ୍ଠାନରେ ଆକାଶ ରଞ୍ଜନ ମୁଣ୍ଡଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା, ୧୩/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ କ୍ରୀଡ଼ା ଓ କଳା କ୍ଷେତ୍ରରେ ରାଜ୍ୟ ସ୍ତରରେ ଅଂଶଗ୍ରହଣ କରି କୃତିତ୍ୱ ଲାଭ କରିବାସହ ଜାତୀୟ ସ୍ତରରେ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପାରା ବେଡମିଣ୍ଟନ ଖେଳାଳି ଶ୍ରୀମାନ୍ ଆକାଶ ରଞ୍ଜନ ମୁଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ୱର ରାଓ, ପରିଚାଳନା ମଣ୍ଡଳୀ ସଦସ୍ୟ ଡି ପ୍ରତାପ, ଉଭୟ ନିର୍ଦ୍ଦେଶକ ଡି ଶ୍ୟାମ, ଡି ରାମ କୁମାର, ଦୁଇ ମୁଖ୍ୟ ଶିକ୍ଷା ଅଧିକାରୀ ଡି ବିଜୟା, ଡି ପଦ୍ମିନୀ, ମୁଖ୍ୟ ପ୍ରଶାସକ ଯୁବରାଜ ନାୟକଙ୍କ ସମେତ ସମସ୍ତ ବିଭାଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଯୋଗଦେଇଥିଲେ । ଏହି ଅବସରରେ ବିକାଶ ଶିକ୍ଷାନୁଷ୍ଠାନ ସମୁହର ସପ୍ତମ ଶ୍ରେଣୀ ରୁ ଡିଗ୍ରୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯେଉଁ ମାନେ ଶିକ୍ଷା ବ୍ୟତୀତ କ୍ରୀଡ଼ା, କଳା, ନୃତ୍ୟ, ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି ସେହିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପାରା ବେଡମିଣ୍ଟନ ଖେଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀମାନ୍ ଆକାଶ ରଞ୍ଜନ ମୁଣ୍ଡଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀମାନ୍ ଆକାଶ ରଞ୍ଜନ ମୁଣ୍ଡ ତାଙ୍କ ଅଭିଭାଷଣରେ ନିଜ ସଫଳତାର କାହାଣୀ ବର୍ଣ୍ଣନା କରିବା ସହ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ କିପରି କ୍ରୀଡ଼ାକୁ ନିଜର କ୍ୟାରିୟର ଭାବରେ ଗ୍ରହଣ କରି ନିଜପାଇଁ ନିଜ ରାଜ୍ୟ ପାଇଁ ତଥା ଦେଶ ପାଇଁ ଗୌରବ ଆଣି ପାରିବେ ସେ ସମ୍ପର୍କରେ ମାର୍ଗଦର୍ଶନ କରାଇଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ ଓ ଡି ରାମ କୁମାର ବିକାଶ ଅନୁଷ୍ଠାନର ଛାତ୍ରଛାତ୍ରୀ କିଭଳି ସଫଳତା ହାସଲ କରି ଅନୁଷ୍ଠାନ ତଥା ନିଜପାଇଁ କିପରି ଗୌରବ ଅର୍ଜନ କରିଛନ୍ତି ତାହା ଆଲୋକପାତ କରିଥିଲେ । ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ୱର ରାଓ କ୍ରୀଡ଼ା କ୍ଷେତ୍ରରେ ବିକାଶ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ।ଅଧ୍ୟକ୍ଷ ଡ଼ ଆଦିତ୍ୟ ପଟ୍ଟନାୟକ ସ୍ୱାଗତ ବକ୍ତବ୍ୟ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷା ଆରତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ