କାଠଯୋଡ଼ି ନଦୀରେ ମଦ୍ୟପଙ୍କ ହାଇଡ୍ରାମା, ୨ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ।
କଟକ, ୨୦/୦୭ ( କାହୁଁ ଚରଣ ବାରିକ ) : କଟକ ହାଇକୋର୍ଟ ଗଡ଼ା ତଳେ ରବିବାର ରାତିରେ ଜଣେ ମଦ୍ୟପ ବ୍ୟକ୍ତି କାଠଯୋଡ଼ି ନଦୀରେ ପଡ଼ିଯାଇଥିବା ସୂଚନା ମିଳିବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇ ଲାଲବାଗ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମଦ୍ୟପ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ବୋଟ୍ ସହାୟତାରେ ପ୍ରାୟ ଦୁଇ ଘଣ୍ଟା ଧରି ଅଭିଯାନ ଚଳାଇଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ଉକ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି ଘଟିନାହିଁ।