Hot Posts

6/recent/ticker-posts

କଟକ ଯୋବ୍ରା ରଥଯାତ୍ରା ପ୍ରସ୍ତୁତି ବୈଠକ।

କଟକ, ୦୩/୦୭ ( କାହୁଁ ଚରଣ ବାରିକ ) : ଯୋବ୍ରାରଥ ର ଶେଷ ପ୍ରସ୍ତୁତି ବୈଠକ ଯୋବ୍ରା ନୁଆ ସାହି ସ୍ଥିତ ରଥଖଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଭିକାରୀ ଦାସ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ୱାର୍ଡ ନଂ ୪୧ ଓ ୪୦ ର କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତ ଓ ଝିଲ୍ଲୀ ବିହାରୀ, ମାଲଗୋଦାମ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଦୀପକ ଗନ୍ତାୟତରାୟ ଯୋବ୍ରା ରଥଯାତ୍ରା ୨୦୨୬ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।   ଯୋବ୍ରା ରଥ ଯାତ୍ରା ପ୍ରସ୍ତୁତି ବୈଠକ ରେ ଯୋବ୍ରାର ଅଧିକାରୀ ମହନ୍ତ, ସଭାପତି, ସମ୍ପାଦକ ଓ ଶ୍ରୀ ଜୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଶୁଭେନ୍ଦୁ ମହାନ୍ତି, ଅଧିକାରୀ କାଶୀନାଥ ନାୟକ, ମହନ୍ତ ଶିବେନ୍ଦ୍ର ନାୟକ, ସୁଶୀଲ କୁମାର ସ୍ବାଇଁ, ମନରଞ୍ଜନ ଜେନା, ଭାଗିରଥୀ ସାମନ୍ତରାୟ, ନାରାୟଣ ବେହେରା, ପ୍ରସନ୍ନ ନାୟକ, ଆଲୋକ ନାୟକ, ଶୁଭମ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।