TPNODL କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା ରେ ଗିରଫ ହେଲେ ବିଦୂତଭୋକ୍ତା।
ଭଦ୍ରକ ୨୫/୦୬ ( ନବଦୂତ ) : ଭଦ୍ରକ ଜିଲ୍ଲା ବନ୍ତଥାନା ଅଧିନସ୍ତ ଚଣ୍ଡୀ ପୁର ଗ୍ରାମରେ ଟାଟାପାୱାର ସପ୍ଲାଏ କର୍ମଚାରୀ ଙ୍କୁ ମାଡ଼ ମାରିବା ଓ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ଘଟଣା ରେ ବନ୍ତ ପୋଲିସ ଏକ ପରିବାର ର ୩ଜଣଙ୍କୁ ଗିରଫ କରି କୋର୍ଟ କୁ ପଠାଇଛି।ପ୍ରାପ୍ତ ଖବର ମୁତାବିକ ବନ୍ତ ଥାନା ଅଧିକାରୀ ସୁପ୍ରକାଶ ମହାନ୍ତି ଙ୍କ ସୂଚନା ଅନୁଯାଇ ଚଣ୍ଡୀ ଗ୍ରାମରେ ଏକ ବିଦ୍ୟୁତ ଭୋକ୍ତା ସର୍ବଦାବିଜୁଳି ଚୋରୀ କରି ବ୍ୟବହାର କାରୁଥିବାର ଟାଟା ପାୱାର ଟିମ ବିଦ୍ୟୁତଚୋରୀ ଘଟଣା ଧରିବା ବେଳେ ନିଦ୍ୟୁତ ଭୋକ୍ତା ବିଦୂତ କର୍ମଚାରୀ ଙ୍କୁ ଅଧିକ କ୍ରୋଧାନିତ ହୋଇ କର୍ମଚାରୀ ଙ୍କୁ ମାଡ଼ ମାରିବା ଓ ଅସଭ୍ୟ ଭାଷାରେ ଗାଳିଦେବା ଘଟଣାରେ ଆଜି ବନ୍ତ ପୋଲିସ ଟିମ ସାମ୍ନାରେ ବିଦ୍ୟୁତ ଭୋକ୍ତା ଙ୍କ ଘରୁ ତାର, ମିଟର ଖୋଲି ନେବା ତଥା ଉକ୍ତ ଘରକୁ ଭବିଷ୍ୟତ ରେ ପୁନର୍ବାର ବିଦ୍ୟୁତ ସଂଯୋଗ ନଦେବା ପାଇଁ ସୂଚନା ଓ ମାଡ ମାରିବା ଘଟଣାରେ ୩ଜଣକୁ ଗିରଫ କରି କୋର୍ଟ ପଠାଇଥିବାର ସୂଚନା ମିଳିଛି।