Hot Posts

6/recent/ticker-posts

ବସ୍ତା ରେଳ ଉଡନ୍ତ। ପୋଲକୁ ମିଳିଲା ମଞ୍ଜୁରୀ l

ବାଲେଶ୍ୱର, ୭/୬ ( ପ୍ରଭାକର ମଲ୍ଲିକ ) : ବହୁ ପ୍ରତିକ୍ଷୀତ ପରେ ବସ୍ତା ରେଳ ଉଡ଼ନ୍ତା ପୋଲକୁ ଶେଷରେ ବିଭାଗୀୟ ମଞ୍ଜୁରୀ ମିଳିଛି।ଏଥିପାଇଁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି।ସୂଚନାରୁ ପ୍ରକାଶ ଯେ, ବସ୍ତା ରେଳ ଦକ୍ଷିଣ ପାର୍ଶ୍ବ ବ୍ଳକ ଯିବା ରାସ୍ତା ଲେବେଲ କ୍ରସିଂ ଉପରେ ୬୧ ନଂ ଏହି ଓଭର ବ୍ରିଜ ବା ଉଡନ୍ତା ପୋଲ ନିର୍ମାଣ କରାଯିବ।ଏହା ବସ୍ତା ଷ୍ଟେଟ ବ୍ୟାଙ୍କ ଆଗରୁ ଆରମ୍ଭ ହୋଇ ସଦାନନ୍ଦପୁର ପଞ୍ଚାୟତ ଅଫିସ,ଗୋଷ୍ଠୀ ଶିକ୍ଷା କେନ୍ଦ୍ର ବାଟେ ରେଳ ପଥ ଅତିକ୍ରମ କରି ଜମ୍ଭାରୀ ପଡ଼ିଆ ଦେଇ ପ୍ରାଣୀ ଚିକିତ୍ସାଳୟ ପୂର୍ବରୁ ବ୍ଳକ ରାସ୍ତାକୁ ଛୁଇଁବ। ଏହି ବାଟେ ଉଡନ୍ତ। ପୋଲ ଯିବ ବୋଲି ଆପାତତଃ ସ୍ଥିର ହୋଇଛି। ଏଥିପାଇଁ ପ୍ରାୟ ୨୬ କୋଟି ଟଙ୍କା ବ୍ୟୟ ହେବ। ଆସନ୍ତା ଦୁଇ ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ ହୋଇଯିବ l ଏହା ହେଲେ ଘନ ଘନ ରେଳ ଫାଟକ ବନ୍ଦ ସମସ୍ୟା ଦୂର ହୋଇ ଯାନବାହନ ଓ ଜନସାଧାରଣଙ୍କ ଯାତାୟାତ ଖୁବ୍ ସହଜ ସାଧ୍ୟ ହୋଇ ପାରିବ।କେବଳ ସେତିକି ନୁହେଁ ରେଳ ଷ୍ଟେସନର ଉତ୍ତରକୁ କୁଣ୍ଡପୁର-ଖୁଣ୍ଟ। ରାସ୍ତାର ରେଳ ଲାଇନ୍ ଉପରେ ୬୦ ନଂ ଉଡନ୍ତା ପୋଲ ମଧ୍ୟ ନିର୍ମିତ ହେବ ବୋଲି ବିଭାଗୀୟ୍ ସୂତ୍ରରୁ ଜଣାପଡିଛି।ଏଥିପାଇଁ ପ୍ରାୟ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l