Hot Posts

6/recent/ticker-posts

କୋକସରା ବ୍ଲକ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଚୟନ,

କୋକସରା, ୦୭/୦୬ ( ରିତେଶ କୁମାର ମୁଣ୍ଡ ) : କୋକସରା ବ୍ଲକ ଗଣ୍ଡ ସମାଜ ନୂତନ କର୍ମକର୍ତ୍ତା ଚୟନ ଓ ସମୀକ୍ଷା ବୈଠକ ଆଜି ଖପ୍ରାମାଲ ଗ୍ରାମର, ଆମପଡ଼ା ମହାଭାରତ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଅଛି। ସର୍ବ ପ୍ରଥମେ ସମାଜ ର ଇଷ୍ଟଦେବ ଚତୁର୍ଭୁଜ ବୁଢା ଦେଓ ଙ୍କ ଫଟୋ ଚିତ୍ର ରେ ପୂଜା ଅର୍ଚ୍ଚନା କଳା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ସମାଜ ସେବୀ ଶ୍ରୀ ବାହାଦୁର ମାଝୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମହେଶ୍ୱର ମାଝୀ, ମୁଖ୍ୟବକ୍ତା, ଦିଗାମ୍ବର ଦଳପତି, ପଞ୍ଚାନନ ମାଝୀ, ଚୈତନ୍ୟ ଧରୁଆ, ଭୁବନେ ଶ୍ଵର ମାଝୀ, ପୂର୍ବତନ ସରପଞ୍ଚ, ଜୟସିଂ ମାଝୀ, ରାମ ପ୍ରସାଦ ଧରୁଆ, ଚତୁର୍ଭୁଜ ମାଝୀ ଧନନ୍ତରି ଧରୁଆ, ହୁକମି ସୋରି, ଖିରସିନ୍ଧୁ ମାଝୀ, ପ୍ରମୁଖ ଉପସ୍ଥିତ ହୋଇ ଗଣ୍ଡ ସମାଜ ର ଶିକ୍ଷା, ସଂସ୍କୃତି, ରାଜନୀତି, ଓ ଅର୍ଥନୀତି, ସମାଜ ର ବିକାଶ ସମାଜ କୁ ଅଧିକ ସଂଗଠିତ କରିବା ଏବଂ ସମାଜ କୁ ଏକ ଜୁଟ କରିବା ପାଇଁ ବକ୍ତା ମାନେ କହିଥିଲେ, ପରେ କୋକସରା ବ୍ଲକ ଗଣ୍ଡ ସମାଜ ର ନୂତନ କର୍ମକର୍ତ୍ତା ଚୟନ କରାଯାଇ ଥିଲା, ସଭାପତି ଭାବରେ, ଶ୍ରୀ ନନ୍ଦକିଶୋର ଧରୁଆ, ଉପସଭାପତି, ମହେନ୍ଦ୍ର କୁମାର ଧରୁଆ, ସମ୍ପାଦକ, ନେତ୍ରାନନ୍ଦ ଧରୁଆ, ସହ ସମ୍ପାଦକ, ତ୍ରିନାଥ ପୋଟା, କୋଷାଧ୍ୟକ୍ଷ, ଜୟସିଂ ମାଝୀ, ମନୋନୀତ ହୋଇଥିବା ବେଳେ ମିଡିଆ ସଂଯୋଜକ, ଅମାଜ ଧରୁଆ. ଉକ୍ତ ସମୀକ୍ଷା ବୈଠକରେ, ବିଦେଶୀ ଧରୁଆ, ପ୍ରସନ୍ନ ନାଏକ, ନୃପରାଜ ନାଏକ, ଗୋଷୀଙ୍ଗ ଧରୁଆ ବୈଦ୍ ମାଝୀ, କାମେଶ୍ୱର ପୋଟା, ବାମଦେବ ଧରୁଆ, ଗୋଶିଙ୍ଗ ଧରୁଆ ପ୍ରମୁଖ ସହଯୋଗ କରିଥିବା ବେଳେ, ଉଦ୍ଧବ ଧରୁଆ, ମଞ୍ଚ ପରିଚାଳନା କରିଥିଲେ,


ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ