Hot Posts

6/recent/ticker-posts

ବିଶ୍ୱ ପରିବେଶ ଦିବସ l

ବାଲେଶ୍ୱର, ୬/୬ ( ପ୍ରଭାକର ମଲ୍ଲିକ ) : ପ୍ରତିବର୍ଷ ଜୁନ ୫ ତାରିଖରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱରେ ପ୍ରଦୂଷଣ ହ୍ରାସ କରିବା, ପ୍ରକୃତି ସୁରକ୍ଷା କରିବା ଏବଂ ସାଧାରଣ ଲୋକଙ୍କୁ ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରିବା। ଏହି ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ କରିବା। ଏହି ପରିପେକ୍ଷୀରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି।ଜଣେ ଶିକ୍ଷକ ସମାଜକୁ ଏକ ସୁନ୍ଦର ଵାର୍ତ୍ତା ପ୍ରଦାନ କରୁଛନ୍ତି ବିଭିନ୍ନ ସ୍ଥାନ ରେ ଏବଂ ରାସ୍ତା ଘାଟରେ ଯାଉଥିବା ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାର ଚାରା ଗଛ ମାଗଣା ବଣ୍ଟନ କରୁଛନ୍ତି।କେବଳ ସେତିକି ନୁହେଁ କେତେକ ସ୍କୁଲ ତଥା କେତେକ ଘରକୁ ଯାଇ ଚାରା ପ୍ରଦାନ କରିବା ସହିତ ବୃକ୍ଷ ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି। ଆମେ କହୁଛୁ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସନ୍ତୋଷପୁର ଗ୍ରାମ ପଞ୍ଚାୟତର ଥେଙ୍ଗଡିହା ଗ୍ରାମ ତଥା ଭେଲୋରା ସିଆରସିସି ତଥା ଆଦର୍ଶ ଶିକ୍ଷକ,ପରିବେଶବିତ ଗଣେଶ ଚନ୍ଦ୍ର ଜେନାଙ୍କ କଥା ବର୍ଣ୍ଣବୋଧ ପାଠଶାଳା ଗଢି ଯେ ସାରା ଓଡ଼ିଶାରେ ଚର୍ଚ୍ଚାକୁ ଆସିଥିଲେ।ଗଣେଶ ବିଭିନ୍ନ କ୍ଷେତ୍ରରେ ସଚେତନମୂଳକ କାର୍ଯ୍ୟ ତାଙ୍କୁ ନୂଆ ପରିଚୟ ଦେଇଥାଏ।ଆସନ୍ତୁ ଆଜିର ଏହି ଶୁଭ ଦିନରେ ଅତିକମ ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ ଶପଥ ନେବା। ଶିକ୍ଷକଙ୍କ ଏପରି କାର୍ଯ୍ୟ ସମାଜ ପାଇଁ ପ୍ରେରଣା ଦାୟକ ନିଶ୍ଚିତ l