ପାଳସାହି ରେ ଅlନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବରୀ, ୨୧/୦୬ ( ରଂଜିତ ମହାନ୍ତି ) : ବରୀ ବ୍ଳକ ବୋଦୁଅ ପଞ୍ଚାୟତର ପାଳସାହି ର ଜଗନ୍ନାଥ ଠାକୁରଙ୍କ ପ୍ରାଙ୍ଗଣରେ ଅlନ୍ତର୍ଜାତୀୟ ଯୋଗଦିବସ ପାଳିତ ହେlଇଯାଇଛି l ଯୋଗଗୁରୁ ବିଜୟ କୁମାର ଜେନା ସମସ୍ତ ଙ୍କୁ ଯୋଗଶିଖାଇବା ସହିତ ଯୋଗ କରିଲେ ରୋଗ ରୁ ମୁକ୍ତି ମିଳେ ବୋଲି ଶିବିର ରେ ଶିବିରlଥୀ ମାନଙ୍କୁ ଉପଦେଶ ଦେlଇଥିଲେ ଆଜି ଏହି ଯୋଗଦିବସର ରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମାଧବା ନନ୍ଦ ପରିଡା, ବ୍ଳକ ଉପାଧ୍ୟକ୍ଷା ଅର୍ଚନା ମଲ୍ଲିକ ଯୋଗ କେବଳ ଆୟୁ ନୁହେଁ ଜୀବନ ର ଗୁଣବର୍ତ୍ତl ବଢ଼ାଏ ଥାଏ ବୋଲି ମତ ବ୍ୟକ୍ତ କରିଥିଲେ l ସେହିପରି ତାପସ କୁମାର ଜେନା, ଦର୍ପ ନାରାୟଣ ଧଳ, ବିଶ୍ୱଭୂଷଣ ଜେନା ଯୋଗ କରିଲେ ନିରୋଗ ରହିବେ ବୋଲି କହିଥିଲେ l ଏହି ଅବସର ଗ୍ରାମ ର କିଛି ବରିଷ୍ଠ ନାଗରିକ ଙ୍କ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲl କାର୍ଯ୍ୟକ୍ରମ କୁ ଶରତ ଚନ୍ଦ୍ର ତ୍ରିପାଠୀ, ଆର୍ତ୍ତବନ୍ଧୁ ଜେନା, ରମାକାନ୍ତ ଜେନା, ଦେବୀ ପ୍ରସନ୍ନ ଜେନା, ଜ୍ଞାନ ରଞ୍ଜନ ଜେନା ପ୍ରମୁଖ ଯୋଗ ଶିବିର କୁ ପରିଚାଳନା କରିଥିବାବେଳେ ଏହି ଜଗନ୍ନାଥ ଠାକୁରଙ୍କ ପ୍ରାଙ୍ଗଣ ରେ ଦୀର୍ଘ ୩ ମାସ ରୁ ଉର୍ଦ୍ଧ ଧରି ପ୍ରତ୍ୟେକ ଯୋଗଶିବିର ଅନୁଷ୍ଠିତ ହେlଇଆସୁଛି l