ଶମ୍ଭୁନାଥ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିଯୁକ୍ତିକୁ ନେଇ ସ୍ବାଗତ କଲେ ସ୍ଥାନୀୟ ଜନସାଧାରଣ l
ବାଲେଶ୍ୱର, ୭/୬ ( ପ୍ରଭାକର ମଲ୍ଲିକ ) : ବସ୍ତା ଶମ୍ଭୁନାଥ ହାଇସ୍କୁଲର ନୂତନ ପ୍ରଧାନ ଶିକ୍ଷୟତ୍ରୀ ନିଯୁକ୍ତିକୁ ସ୍ବାଗତ। ସୂଚନା ଥାଉ କି ଯେ, ଗତ କିଛି ଦିନ ତଳେ ନୂତନ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ପୁରାଇ ନ ଦେବାକୁ ଦାବିରେ ଅଡି ବସିଥିଲେ।ସ୍କୁଲ ଗେଟରେ ତାଲା ପକାଇ ବିରୋଦ୍ଧ କରିଥିଲେ,ସୂଚନା ଅନୁସାରେ ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧ ସମୟ ଧରି ସହକାରୀ ଶିକ୍ଷୟତ୍ରୀ ଏବଂ ତିନି ବର୍ଷ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱରେ ଥିବା ଶ୍ରୀମତୀ ଅଳକା ବିନ୍ଧାଣୀ, ସ୍କୁଲର ବିଭିନ୍ନ ଯୋଜନାକୁ ଅର୍ଥ ହଡପ ଘଟଣାରେ ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇ ପ୍ରଧାନ ଶିକ୍ଷୟିତ୍ରୀରୁ ସହକାରୀ ଶିକ୍ଷୟତ୍ରୀ କରାଯାଇ ଥିଲା। ତେବେ ସରକାରୀ ସ୍ତରରେ ପୁଣି ଶମ୍ଭୁନାଥ ହାଇସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଶ୍ରୀମତୀ ବିନ୍ଧାଣୀଙ୍କୁ ନିଯୁକ୍ତିକୁ ପାଇଥିବାରୁ ବିଜେପି ନେତା ବାବୁ ପାଣିଙ୍କ ପୂର୍ବତନ ସରପଞ୍ଚ ବିଶୁ ସିଂହ, ନିହାର ରଞ୍ଜନ ବେହେରା, ଦିବାକର ରାଉତ, ବିଭୂତି ପ୍ରଧାନ,ସରୋଜ ଗିରୀଙ୍କ ସମେତ ବହୁ ମହିଳା ନେତା ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ସମର୍ଥନ ଜଣାଇ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖ ବେନର ଧରି ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।ତେବେ ଆଜି ସ୍ଥାନୀୟ ଲୋକେ ତାଙ୍କର ପୁନଃ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇ ଥିବାରୁ ସରକାରଙ୍କ ନିଷ୍ପତିକୁ ସ୍ବାଗତ ଜଣାଇବା ସହ ଅଭାବନୀୟ ଢ଼ଙ୍ଗରେ ତାଙ୍କୁ ସ୍ବାଗତ କରିଥିଲେ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l