ବାଲେଶ୍ୱର, ୦୨/୦୬ ( ପ୍ରଭାକର ମଲ୍ଲିକ ) : ଜଳେଶ୍ୱର ନିର୍ବାଚନ ମଣ୍ଡଳୀ,ବସ୍ତା ବ୍ଲକ ଅନ୍ତର୍ଗତ ରାଜଘାଟ ଠାରେ ମହିଳା ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜି ପୂର୍ବାହ୍ନରେ ବିଜେଡିର ଶତାଧିକ କର୍ମୀ ଓ ମହିଳା ନେତ୍ରୀ ଏକଜୁଟ ହୋଇ ମହିଳାଙ୍କ ପାଇଁ ୩୩% ପ୍ରତିଶତ ଆସନ ସଂରକ୍ଷଣ ତଥା ମହିଳାଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇଛନ୍ତି।ଆୟୋଜିତ ସଭାରେ ନାରୀନେତ୍ରୀ ବିଷ୍ନୁପ୍ରିୟା ବୁଗୁଡ଼ିଙ୍କ ସଭାପତିତ୍ୱରେ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ଅନୁସୟା ପ୍ରଧାନ, ସରପଞ୍ଚ ଦୁର୍ଗାମଣି ଜେନା, ବନ୍ଦନା ସେଠି, ଅନ୍ନ ପୂର୍ଣ୍ଣା ସେନାପତି ପ୍ରମୁଖ ଯୋଗଦେଇ ବିଜେପି ସର କାରରେ ମହିଳା ମାନେ ସୁରକ୍ଷିତ ନ ଥିବା ବେଳେ ଦିନ ଦ୍ବିପହର ରେ ମହିଳା ମାନେ ରାସ୍ତାରେ ଯିବାକୁ ସୁରକ୍ଷିତ ମଣୁ ନ ଥିବା ବେଳେ ବିଜେପି ସରକାର ମହିଳା ମାନଙ୍କୁ ସୁରକ୍ଷା ଦେଉ ଥିବା ଡିମଡିମ ପିଟୁଛି।ତେବେ କେବଳ ଭୋଟ ପାଇଁ ବିଜେପି ସରକାର ଲୋକ ମାନଙ୍କୁ ଭ୍ରମିତ କରୁଥିବା କହିଥଲେ।ଏଥି ସହିତ ରାଜ୍ୟ ସରକାରଙ୍କ ବିରୋଧରେ ଏକ ସ୍ମାରକ ପତ୍ର ରାଷ୍ଟ୍ରପତିଙ୍କ ଉଦେଶ୍ୟ ରେ ପ୍ରଦାନ କରାଯିବ ବୋଲି ମଞ୍ଚରେ କହିଥିଲେ ମହିଳା ମାନେ।ଉକ୍ତ କାର୍ଯ୍ୟ କ୍ରମରେ ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅଶ୍ୱନୀ କୁମାର ପାତ୍ର,ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ ଗିରିଶ ଚନ୍ଦ୍ର ଦାସ, ବସ୍ତା ବ୍ଲକ ସଭାପତି ମହାଦେବ ଦାସ,ଜଳେଶ୍ୱର ବ୍ଲକ ସଭାପତି ଦିଲ୍ଲୀପ ସାମଲ, ବ୍ଲକ ଚେୟାରମ୍ୟାନ ମାନସ ଜେନା, ମ୍ୟୁନସିପା ଲଟି ଚେୟାରମ୍ୟାନ ପ୍ରତୀପ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇ ରାଜ୍ୟରେ ମହିଳା ମାନଙ୍କୁ ସୁରକ୍ଷା ଦେବାରେ ବିଜେପିର ଡବଳ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି କହି ମୋଦି ଓ ମୋହନ ସରକାର ଉପରେ ବର୍ଷିଥିଲେ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
