ନୀଳମଣି କଲେଜରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
ବାଲେଶ୍ୱର, ୦୨/୦୬ ( ପ୍ରଭାକର ମଲ୍ଲିକ ) : ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ତପନ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ଚଳିତ ବର୍ଷର ବିଷୟବସ୍ତୁ ତମାଖୁର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା - ନିକୋଟିନ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମର ବିଷୟବସ୍ତୁ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକ ପାତ କରିଥିବାବେଳେ ଯୁବ ରେଡକ୍ରସ କାଉନସେଲର ଶ୍ରବଣ ନାୟକ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମ ସଂଯୋ ଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଆ ପାଳ ସ୍ଥିତ ସୁବର୍ଣ୍ଣରେଖା ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡ.ପ୍ରେମାନନ୍ଦ ସେଠୀ ଓ ବିଷୟ ବିଶେଷଜ୍ଞ ଭାବରେ ଅଧ୍ୟାପକ ବିଜୟ କୁମାର ବେହେରା ଓ ଅଧ୍ୟାପିକା ଇତିଶ୍ରୀ ମହାନ୍ତ ପ୍ରମୁଖ ଯୋଗଦେଇ ତମାଖୁ ସେବନର ଭୟାବହତାକୁପରିଣାମ ଓ ଆର୍ଥିକ କ୍ଷୟ କ୍ଷତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରି ଥିଲେ।ତମାଖୁ ସେବନ ଯୁବ ସମାଜକୁ କବଳିତ କରି ମୃତ୍ୟୁ ମୁଖକୁ ଟାଣି ନେଉଛି ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।ତେଣୁ ଯୁବ ସମାଜ ସମେତ ସମାଜର ପ୍ରତିଟି ବର୍ଗର ବ୍ୟକ୍ତି ବିଶେଷ ତମାଖୁ ସେବନଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ସୂଚନା ପ୍ରଦାନ କରିଥିଲେ। ସ୍ୱେଚ୍ଛାସେବୀ ସଞ୍ଜୟ ପ୍ରଧାନ, ବିକାଶ ମହାପାତ୍ର, ପ୍ରିୟବ୍ରତ ମୁର୍ମୁ, କାନ୍ଦନ ହେମ୍ବ୍ରମ ଓ ରିଙ୍କି ମାଇତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ମହାବିଦ୍ୟା ଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଶେଷରେ ସ୍ୱେଚ୍ଛାସେବୀ ରଣଜିତ ତପସ୍ୱୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l