ବିଶ୍ୱର ଶ୍ରେଷ୍ଠ ୫ ସ୍କେଟରଙ୍କ ମଧ୍ୟରେ ଅନାହିତା ମିଶ୍ର, ଓଡ଼ିଶାର ଝିଅଙ୍କୁ ନେଇ ଗର୍ବିତ ଦେଶ
କଟକ, ୧୪/୦୬ ( କାହୁଁ ଚରଣ ବାରିକ ) : କଟକ ଝିଅ ଅନାହିତା ମିଶ୍ର ବର୍ତ୍ତମାନ ବିଶ୍ୱ ର୍ର୍ୟାଙ୍କିଙ୍ଗରେ ୫ମ ସ୍ଥାନରେ ଥିବା ସ୍କେଟର ଭାବେ ପରିଚିତ*। *ସେହିପରି ସେ ୨୦୨୬ ମସିହାରେ ପର୍ତ୍ତୁଗାଲରେ ଆୟୋଜିତ ହେବାକୁ ଥିବା ଫାରୋ ଇଣ୍ଟରନ୍ୟାସନାଲ କପ୍ର କଭର୍ ଗର୍ଲ ଭାବେ ମଧ୍ୟ ମନୋନୀତ ହୋଇଛନ୍ତି, ଏହା ପୂର୍ବରୁ ସେ ଗତ ଏପ୍ରିଲ ମାସରେ ଆଫ୍ରିକା ର ବେନିନ୍ ସହରରେ ଆୟୋଜିତ ବିଶ୍ବ କୋଟେନ୍ୟୁ ସ୍କେଟିଂ ଚମ୍ପିଆନସିପ୍'ରେ ସ୍ବର୍ଣ୍ଣ ପଦକ ପାଇବା ସହ ଜୁନିୟର ମହିଳା ସ୍ପିଡ୍ ସ୍ଲାଲମ୍ ସ୍କେଟିଂ ବିଭାଗରେ ବିଶ୍ୱ ମାନ୍ୟତା ତାଲିକାରେ ୭ମ ସ୍ଥାନରେ ସ୍ଥାନିତ ହୋଇଥିଲେ, ବେନିନ୍, ପର୍ତ୍ତୁଗାଲ, ଫ୍ରାନ୍ସ ଓ ପୋଲାଣ୍ଡରେ ଆୟୋଜିତ ଆନ୍ତର୍ଜାତିକ ପ୍ରତିଯୋଗିତାରେ ସେ ୪ଟି ସ୍ୱର୍ଣ୍ଣ ପଦକ ସମେତ ଅନେକ ଜାତୀୟ ଓ ଆନ୍ତର୍ଜାତିକ ପଦକ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି । ୨୦୨୨ ମସିହାରେ ଆର୍ଜେଣ୍ଟିନା ଏବଂ ୨୦୨୪ ମସିହାରେ ଇଟାଲୀରେ ଆୟୋଜିତ ୱାର୍ଲ୍ଡ ସ୍କେଟ୍ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବା ସହିତ ଚୀନରେ ଆୟୋଜିତ ଏସିଆନ୍ ଚାମ୍ପିଅନସିପ୍ରେ ମଧ୍ୟ ଅଂଶଗ୍ରହଣ କରିଥିଲେ.. ସେ ମଧ୍ୟ ମସ୍ପିଡ୍ ସ୍ଲାଲମ୍ ବିଭାଗରେ ଭାରତର ମହିଳା ଜାତୀୟ ରେକର୍ଡଧାରୀ ରହିଆସିଛନ୍ତି.