ଛତ୍ରପୁର ପୌରାଧ୍ୟକ୍ଷାଙ୍କ ପରଲୋକ:ଶେଷ ଦର୍ଶନ କଲେ ବହୁ ନେତା ଓ କର୍ମୀ
ଛତ୍ରପୁର, ୧୧/୦୬ ( ଜୟକୃଷ୍ଣ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ବିୟୋଗ ଘଟିଛି।ଗତ 3ମାସ ହେଲା ସେ ଅସୁସ୍ଥ ଥିଲେ। ତେଣୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ 2022 ମସିହା ମାର୍ଚ୍ଚ 30 ତାରିଖରେ ବିଜେପି ପକ୍ଷରୁ ବିଜୟୀ ହୋଇ ଛତ୍ରପୁର ଏନଏସି ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।ସ୍ଥାନୀୟ ଅଞ୍ଚଳରେ ଜଣେ କର୍ତ୍ତବ୍ୟନିଷ୍ଠ ଜନ ପ୍ରତିନିଧି, ଦୃଢ଼ ସଂଗଠକ ଓ ଜନସେବା ପ୍ରତି ଆଗ୍ରହୀ ବ୍ୟକ୍ତିତ୍ୱ ଭାବେ ବେଶ ପ୍ରଶଂସିତ ଥିଲେ। ବିଦାୟ ସମୟରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ଓ ଜିଲ୍ଲା ସଭାପତି ସରୋଜ ସାବତ ଏବଂ ବିଜେପି କର୍ମୀବୃନ୍ଦ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରମପିତା ପରମେଶ୍ୱରଙ୍କ ନିକଟରେ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି କାମନା କରିଥିଲେ ।ପରିବାର ଲୋକେ, ସମ୍ପର୍କୀୟ ଓ ଶତାଧିକ କର୍ମୀଙ୍କ ଉପସ୍ଥିତିରେ ଶେଷ ସମ୍ମାନ ପ୍ରଦାନ କରି ମହାପ୍ରୟାଣ ଗାଡ଼ିରେ ପାର୍ଥିବ ଶରୀରକୁ ଶ୍ମଶାନକୁ ନିଆ ଯାଇଥିଲା।