Hot Posts

6/recent/ticker-posts

କାଳବୈଶାଖୀ ବେଳେ ଅଘଟଣ: ଅଟୋ ଉପରେ ଓଲଟି ପଡ଼ିଲା ମଞ୍ଜି ବୋଝେଇ ଟ୍ରକ, ଆହତ ଏସ୍‌ସିବିରେ ଭର୍ତ୍ତି

କଟକ, ୦୮/୦୬ ( କାଁହୁ ଚରଣ ବାରିକ ) : ଗତକାଲି କାଳବୈଶାଖୀ ସମୟରେ କଟକରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ଲିଙ୍କ ରୋଡ଼ ପ୍ରେସ ଛକ ନିକଟରେ ଏକ ମଞ୍ଜି ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଏକ ଅଟୋ ରିକ୍ସା ଉପରେ ଓଲଟି ପଡ଼ିଥିଲା। ଫଳରେ ଅଟୋରେ ବସିଥିବା ଯାତ୍ରୀମାନେ ଆହତ ହୋଇଥିଲେ। ସୂଚନା ଅନୁଯାୟୀ, ମଞ୍ଜି ବୋଝେଇ ଟ୍ରକଟି ଭୁବନେଶ୍ୱର ପଟରୁ କଟକ ଅଭିମୁଖେ ଆସୁଥିଲା। ତେବେ କାଳବୈଶାଖୀର ପ୍ରଭାବ ଏବଂ ଗାଡ଼ିର ଭାରସାମ୍ୟ ହରାଇବା ଯୋଗୁଁ ଟ୍ରକଟି ଲିଙ୍କ ରୋଡ଼ ପ୍ରେସ ଛକ ନିକଟରେ ଏକ ଅଟୋ ରିକ୍ସା ଉପରେ ଓଲଟି ପଡ଼ିଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ଅଟୋରେ ଫସି ରହିଥିବା ଆହତଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ଏସ୍‌ସିବି ମେଡିକାଲକୁ ପଠାଯାଇଥିଲା। ଦୁର୍ଘଟଣା ପରେ କିଛି ସମୟ ପାଇଁ ସେହି ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କାଳବୈଶାଖୀ ସମୟରେ ଘଟିଥିବା ଏହି ଦୁର୍ଘଟଣା ସଡ଼କ ସୁରକ୍ଷା ଓ ସତର୍କତାର ଆବଶ୍ୟକତାକୁ ପୁଣି ଥରେ ସାମ୍ନାକୁ ଆଣିଛି।

କଟକରୁ କାଁହୁ ଚରଣ ବାରିକଙ୍କ ରିପୋର୍ଟ, ନବଦୂତ ନ୍ୟୁଜ୍।