ନିଆରା ଢଙ୍ଗରେ ୧୯ତମ ଜନ୍ମଦିନ ପାଳିଲେ ଦେବସ୍ମିତା, ବରିଷ୍ଠ ନାଗରିକଙ୍କ ସହ ବାଣ୍ଟିଲେ ଖୁସି
ଯାଜପୁର, ୦୮/୦୬ ( ନିରୋଜ କୁମାର ସେଠୀ ) : ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଜୟନ୍ତୀ ପାଠାଗାର ଦ୍ଵାରା ସାହାପଡ଼ା ଠାରେ ପରିଚାଳିତ ବରିଷ୍ଠ ନାଗରିକ ଗୃହରେ ବନ୍ଧଡିହ ଗ୍ରାମ ପଞ୍ଚାୟତ ନିବାସି ଦେବସ୍ମିତା ବେହେରା ଙ୍କର ଜନ୍ମ ଦିନ ନିଆରା ଢଙ୍ଗରେ ବରିଷ୍ଠ ନାଗରିକ ଗୃହରେ ଅନ୍ତେବାସୀଙ୍କ ଗ୍ରହଣରେ ପାଳନ କରାଯାଇ ଥିଲା। ଜନ୍ମ ଦିନ ରେ ବାପା, ମା, ଭାଇ,ତଥା ପରିବାରର ଅନ୍ୟ ସଦସ୍ୟ ଓ ସଦସ୍ୟା ମାନଂକ ଗ୍ରହଣରେ ଉପସ୍ଥିତ ରହି ଅନ୍ତେ ବାସି ଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଅନ୍ତେବାସୀ ଙ୍କ ଠାରୁ ଆଶ୍ରୀପାଦ ଭିକ୍ଷା କରିଵା ସଙ୍ଗେ ସଙ୍ଗେ ଦେବସ୍ମିତା ଙ୍କର ଭବିଷ୍ୟତ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।